ବିଶ୍ୱରେ ବ୍ୟାପୁଛି ୩ ପ୍ରକାରର କରୋନା

ଲଣ୍ଡନ: ଏବେ ବିଶ୍ୱର ବିଭିନ୍ନ ଭାଗରେ ଯେଉଁ କରୋନା ଭାଇରସ ଆତଙ୍କ ସୃଷ୍ଟି କରିଛି, ତା ସମ୍ପର୍କରେ ବି୍ରଟେନର କିଛି ଗବେଷକ ଏକ ନୂତନ ତଥ୍ୟ ଦେଇଛନ୍ତି । ସେମାନେ କହିଛନ୍ତି ଯେ ଏବେ ବିଶ୍ୱରେ ତିନି ପ୍ରକାରର କରୋନା ବ୍ୟାପୁଛି । ଗୋଟିଏ କରୋନା ଯାହାକୁ ଟାଇପ-ଏ ବୋଲି କୁହାଯାଉଛି । ତାହା ପ୍ରଥମେ ବାଦୁଡ଼ି ଏବଂ ବଜ୍ରକାପ୍ତା ଶରୀରରୁ ମଣିଷ ଶରୀରକୁ ଆସିଥିଲା । ଚୀନର ଓହାନରେ ପ୍ରଥମେ ଏହି ଭାଇରସ ମଣିଷକୁ ସଂକ୍ରମିତ କରିବା ଆରମ୍ଭ କରିଥିଲା । ତେବେ ଓହାନରେ ସମସ୍ତ ଲୋକ ଏହି ଟାଇପ-ଏ କରୋନା ଦ୍ୱାରା ସଂକ୍ରମିତ ହୋଇନଥିଲେ । ବରଂ ସେଠାରେ ଅଧିକାଂଶ ଲୋକ ଟାଇପ-ବି ବୋଲି କୁହାଯାଉଥିବା କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ । ଟାଇପ-ଏ ରୁ ଟାଇପି ବି କରୋନା ଭାଇରସର ସୃଷ୍ଟି । ଏହି ଭାଇରସ ପରିବେଶ ସହିତ ଖାପ ଖୁଆଇବା ଏବଂ ମଣିଷ ଶରୀରର ରୋଗ ପ୍ରତିରୋଧକ ଶକ୍ତିର ମୁକାବିଲା କରିବା ସକାଶେ ନିଜର ଜିନ ସଂରଚନାକୁ ବଦଳାଇ ଦେଇଥିଲା । ଫଳରେ ଟାଇପ-ବି କରୋନା ଭାଇରସର ସୃଷ୍ଟି ହୋଇଥିଲା । ଟାଇପ-ଏ କରୋନା ଭାଇରସ କିନ୍ତୁ ଏବେ ଅଷ୍ଟ୍ରେଲିଆ ଏବଂ ଆମେରିକାରେ ବ୍ୟାପୁଛି । ଆମେରିକାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ଦୁଇ ତୃତୀୟାଂଶ ଟାଇପ-ଏ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଆହୁରି ମଧ୍ୟ, ଜଣାପଡ଼ିଛି କି ଟାଇପ-ବି କରୋନା ଭାଇରସରୁ ଟାଇପ-ସି ଭାଇରସର ସୃଷ୍ଟି ହୋଇଛି ଯାହା ସିଙ୍ଗାପୁର ଦେଇ ୟୁରୋପରେ ପହଞ୍ଚିଛି । ହେଲେ ବି୍ରଟେନ, ଫ୍ରାନ୍ସ, ଜର୍ମାନୀ, ସ୍ୱିଜର ଲ୍ୟାଣ୍ଡ ଏବଂ ହଲାଣ୍ଡ ଭଳି ୟୁରୋପୀୟ ଦେଶରେ ଟାଇପ-ବି କରୋନା ଭାଇରସ ବ୍ୟାପୁଛି ଯାହା ଚୀନରୁ ଓହାନରେ ବ୍ୟାପିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ