କରୋନାକୁ ମୁକାବିଲା ପାଇଁ ଗଜପତିରେ ଲକ୍ଷାଧିକ ହିତାଧିକାରୀଙ୍କୁ ୩ମାସର ଅଗ୍ରୀମ ରାସନ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ କରୋନା ମୁକାବିଲା ପାଇଁ ଲକ୍ଷାଧିକ ହିତାଧିକାରୀଙ୍କୁ ୩ ମାସର ଅଗ୍ରୀମ ରାସନ ପ୍ରଦାନ ସହ ଜିଲ୍ଲାର ମୋଟ ୭୭ ହଜାର ୯୦୦ ଲୋକଙ୍କୁ ଭତ୍ତା ପ୍ରଦାନ କରାଯାଇଛି । ଗଜପତି ଜିଲ୍ଲାରେ ବିଭିନ୍ନ ଭତ୍ତା ବାବଦକୁ ପାଇବାକୁ ଥିବା ମୋଟ ୭୭୮୦୫ଜଣ ହିତାଧିକାରୀ ମାନଙ୍କ ମଧ୍ୟରୁ ଗତକାଲି ସୁଦ୍ଧା ୬୪ହଜାର ୮ଜଣଙ୍କୁ ୩ମାସର ଭତ୍ତା ଦିଆଯାଇଛି । ସେହିଭଳି ମୋଟ ୧ଲକ୍ଷ ୪୦ହଜାର୪୯୧ଜଣ ହିତାଧିକାରୀଙ୍କ ମଧ୍ୟରୁ ୧ଲକ୍ଷ ୧୯ହଜାର୬୫୭ଜଣଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୩ମାସର ରାସନ ବଣ୍ଟନ କରାଯାଇଛି । ଏହି ଜିଲ୍ଲାର ୬୮୫୨ଜଣ ନିର୍ମାଣ ଶ୍ରମିକ ମାନଙ୍କୁ ୧୫ଶହ ଲେଖାଏ ଭତ୍ତା ଦିଆଯାଇଥିବା ପ୍ରଶାସନ ତରଫରୁ ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ