ୟୁରୋକିଡ ପ୍ରି ସ୍କୁଲ ରେ ମାଗଣା ଗ୍ରୀଷ୍ମକାଳୀନ ଶିବିର ଅନୁଷ୍ଠିତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଥିବା ଆନ୍ତର୍ଜାତୀୟ ମାର୍କା ୟୁରୋକିଡ୍ ପ୍ରି ସ୍କୁଲ ଛତ୍ରପୁର ଶାଖାରେ ମାଗଣା ଗ୍ରୀଷ୍ମକାଳୀନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ମୁଖ୍ୟ କାର‌୍ୟ୍ୟାଳୟ ମୁମ୍ବାଇରେ ଥିବା ବେଳେ ସ୍ଥାନୀୟ ପିଲି ବନ୍ଧ ରୋଡ୍ ରେ ଏହି ମାସ ଜୁନ୍ ୧ରୁ ୧୦ ତାରିଖ ପର‌୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ପ୍ରତିଦିନ ସନ୍ଧ୍ୟା ୪.୩୦ରୁ ୬.୩୦ ପର‌୍ୟ୍ୟନ୍ତ ଏହା ଚାଲିଥିଲା । ଯେଉଁଥିରେ ପ୍ଲେ ଗ୍ରୁପ , ନର୍ସରୀ, ଏଲକେଜି, ୟୁକେଜି, ପ୍ରଥମ ଶ୍ରେଣୀରୁ ପଂଚମ ଶ୍ରେଣୀ ପିଲାମାନଙ୍କୁ ମାଗଣାରେ ସଂଗୀତ, ନୃତ୍ୟ, ଚିତ୍ର ଓ ବିଭିନ୍ନ ପ୍ରକାର ଖେଳ ଯାହା ପିଲାମାନଙ୍କ ମାନସୀକ ଓ ଶାରିରୀକ ବୃଦ୍ଧି ଘଟାଏ ଏବଂ ଅନ୍ୟାନ୍ୟ ବକ୍ତୃତା ମେଳା ଯାହା ପିଲାମାନଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ସୃଷ୍ଟି କରେ, ୟୁରୋକିଡ୍ ଅନୁଷ୍ଠାନର କର୍ମକର୍ତା ବୃନ୍ଦ ଏହାକୁ ପରିଚାଳନା କରଥିଲେ । ଏହି ଶିବିରର ମୁଖ୍ୟ ଆଭିମୁଖ୍ୟ ଥିଲା ଶିଶୁ ମାନଙ୍କୁ କ୍ରୀଡ଼ା ମାଧ୍ୟମରେ ନିଜର ମାନସୀକ ଓ ଶାରିରୀକ ବିକାଶ କରିବା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ