କୋଦଳାରେ କେବେ ବି ଦଳିତସମ୍ପ୍ରଦାୟ ନଗରପାଳ ନିର୍ବାଚିତ ହୋଇନାହାନ୍ତି
କୋଦଳା -(ଗୁଲସନ୍ କୁମାର କର)ପ୍ରତ୍ୟେକ ନିର୍ବାଚନ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା କୋଦଳା ଏନ.ଏସି ରାଜ୍ୟ ରାଜନୀତି ପାଇଁ ସର୍ବତ୍ର ପରିଚିତ କ୍ଷ କୋଦଳା ଏନ.ଏସିକୁ ଏକ ହରିଜନ ବା ଦଳିତସମ୍ପ୍ରଦାୟ ବହୁଳ ଅଞ୍ଚଳ ଭାବେ ଲୋକେ ଜାଣନ୍ତି କ୍ଷ କିନ୍ତୁ ବାସ୍ତବରେ କବିସୂର୍ୟ୍ୟନଗର ବିଧାନସଭା ଆସନର କୋଦଳା ହେଉଛି ଏକମାତ୍ର ହରିଜନ ବହୁଳ ଅଞ୍ଚଳ କ୍ଷ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଏନ.ଏସି ମଧ୍ୟରୁ ଗୋଟିଏ ହେଉଛି କୋଦଳା କ୍ଷ ଏହି ବିଜ୍ଞାପିତ କେବେ ବି କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଜଣେ ହେଲେ ହରିଜନ ବା ଦଳିତସମ୍ପ୍ରଦାୟ ପାର୍ଥି ଦେଇନାହିଁ କ୍ଷ କୋଦଳାର ସମୁଦାୟ ୧୩ ହଜାର ଭୋଟରଙ୍କ ମଧ୍ୟରୁ ପ୍ରାୟ ଅଧିକାଂଶ ହେଉଛନ୍ତି ହରିଜନ କ୍ଷ ଏଠାରେ ୪୫% ହରିଜନ ବା ଦଳିତସମ୍ପ୍ରଦାୟ ଭୋଟର ଅଛନ୍ତି କ୍ଷ କିନ୍ତୁ ଏହି ଏନ.ଏସିରୁ କୌଣସି ଜଣେ ହେଲେ ଛୋଟ ବର୍ଗର ଅଧ୍ୟକ୍ଷ ନିର୍ବାଚିତ ହୋଇନାହାନ୍ତି କ୍ଷ ଜଣାଯାଇଛି ଯେ; କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ୧୯୭୩ ମସିହାରେ ସ୍ଥାପିତ ହୋଇଛି କ୍ଷ ୧୯୯୨ ମସିହାରେ ଶ୍ରୀ ପଦ୍ମଲାଭ ପ୍ରଧାନଙ୍କୁ ଏନ.ଏସିର ନଗରପାଳ ରୂପେ ପ୍ରଥମେ ଗୁରୁଦାୟିତ୍ୱ ସମ୍ଭାଳିଥିଲେ କ୍ଷ ୧୯୯୭ ମସିହାରେ ଶ୍ରୀ ହରପ୍ରସାଦ ସାହୁ, ୨୦୦୩ ମସିହାରେ ଶ୍ରୀମତି ସୁନିତା ପ୍ରଭା ସାହୁ, ୨୦୦୮ ମସିହାରେ ଶ୍ରୀ ହରପ୍ରସାଦ ସାହୁ, ୨୦୧୩ ମସିହାରେ ଶ୍ରୀମତି ସୁନିତା ପ୍ରଭା ସାହୁ ୨୦୧୮ ପର୍ୟ୍ୟନ୍ତ ରହିଥିଲେ କ୍ଷ ଏହିଭଳି ପରିବାର ଭିତରୁ ହିଁ ପାର୍ଥି ହୋଇ ପ୍ରାୟ ୨୦ବର୍ଷ ପର୍ୟ୍ୟନ୍ତ ନଗରପାଳ ଭାବେ ରହିଆସିଛନ୍ତି କ୍ଷ ଯାହାଦ୍ୱାରା କୋଦଳାବାସୀଙ୍କ ଉନ୍ନତି ପରିବର୍ତ୍ତେ ନିଜ ପରିବାରର ସୁଖକୁ ଆପଣାର କରି ପାର୍ଥିରୂପେ ବିଜୟୀ ହୁଅନ୍ତି କ୍ଷ ଏ ପରିପ୍ରକ୍ଷେରେ ହରିଜନ ଓ ଛୋଟବର୍ଗ ପାର୍ଥିତ୍ବ ପାଇଁ କୌଣସି ସ୍ଥାନ ମିଳୁନାହିଁ କ୍ଷ ଯାହାଦ୍ୱାରା ବୁଦ୍ଧିଜୀବୀ ମହଲରେ ତୀବ୍ର ଭତ୍ସନା କରାଯାଉଛି କ୍ଷ ପାଖେଇ ଆସୁଥିବା ଏନ.ଏସି ଭୋଟ ଉପରେ ସମସ୍ତ ରାଜନେତାଙ୍କ ନଜରରେ ରହିଛି କ୍ଷ ତେଣୁ କୋଦଳା ଅଞ୍ଚଳରେ ଏନ.ଏସି ଅଧ୍ୟକ୍ଷ ପଦବୀ ପାଇଁ ହରିଜନ ବା ଦଳିତସମ୍ପ୍ରଦାୟ ପାର୍ଥି ନିର୍ବାଚିତ ଦେଲେ ରାଜ୍ୟ ରାଜନୀତିରେ ଆଧିପତ୍ୟ ବିସ୍ତାର ସହ ଇତିହାସ ସୃଷ୍ଟି କରିବ କ୍ଷ ଏଥିପ୍ରତି ନଜରରେ ରଖି କାର୍ୟ୍ୟ କରିବାକୁ ଜନତାଙ୍କ କ୍ରମେ ଆହ୍ୱାନ ହୋଇଛି l


