ମହିଳା ଗୋଷ୍ଠୀ ଙ୍କ ଅଣ୍ଡା ବଣ୍ଟନ କୁ ଅଙ୍ଗନବାଡ଼ିକର୍ମି ଙ୍କ ବିରୋଧ

ବ୍ରହ୍ମପୁର,(ଓ୍ବାଇଏନ୍ଏସ୍):ଛୋଟ କୋମଳ ମତି ଶିଶୁ ମାନଂକୁ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କ ଅଣ୍ଡା ରେ ବଣ୍ଟନ କାର୍ଯ୍ୟକ୍ରମ କୁ ଜିଲ୍ଲାପ୍ରଶାସନ ମହିଳା ସ୍ୱୟଂ ସହାୟକ ଗୋଷ୍ଟି କୁ ସାମିଲ କରିବା ନିଷ୍ପତି କୁ ଅଙ୍ଗନବାଡ଼ି କର୍ମି ମାନେ ବିରୋଧ କରିଛନ୍ତି l ବିଭିନ୍ନ ସମୟ ରେ ନିଜ କାମ ସୁରୁଖୁରୁରେ ଗରମ ଖାଦ୍ୟ ଓ ଘର ନେବା କୁ ଖାଦ୍ୟ ପ୍ରସ୍ତୁତ କରି ଯୋଗାଇଛନ୍ତି l ଲକ ଡାଉନ ସମୟ ରେ ମଧ୍ୟ ପିଲା ମାନଙ୍କୁ ଅଣ୍ଡା ଅପ୍ରେଲ ମାସ ରେ ପ୍ରଦାନ କରିଛନ୍ତି l ମେ ମାସ ମଧ୍ୟ ଅଗ୍ରିମ ଅଣ୍ଡା ନେଇ ସାରିଛୁ l l ଧୀରେ ଧୀରେ କର୍ମି ମାନେ ଭିତରେ ଅଶାନ୍ତି ପୁଞ୍ଜିଭୁତ ହୋଇଛି lପୁନଃ ବିଚାର କରି ଜିଲ୍ଲାପ୍ରଶାସନ ମହିଳା ଗୋଷ୍ଠୀ କୁ ବଣ୍ଟନ କାର୍ଯ୍ୟ ନ ଦେଇ ଅଙ୍ଗନବାଡ଼ି କର୍ମି ମାନଙ୍କୁ ବଣ୍ଟନ ଦାୟତ୍ୱ ଦିଆଯାଉ l ଏ ନେଇ ନିଖିଳ ଓଡିଶା ଅଙ୍ଗନବାଡ଼ି କର୍ମି ସଂଘ ରଙ୍ଗେଈଲୁଣ୍ଡା ବ୍ଲକ ର ସଭାପତି ନର୍ମଦା ନାହାକ ଓ ସମ୍ପାଦକ ସବିତା ଦଳେଇ ଓ ଅନ୍ୟ କର୍ମି ମାନେ ଜିଲ୍ଲାପାଳ ଙ୍କ ଉଦେଶ୍ୟ ରେ ରଙ୍ଗେଈଲୁଣ୍ଡା ସିଡିପିଓ ଓ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ କୁ ଦାବି ପତ୍ର ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ