ପପୁଲାର ଗ୍ୟାସ ପକ୍ଷରୁ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଦଶ ହଜାର ଟଙ୍କା ସହାୟତା

ବୁଗୁଡା,(ଅନିଲ କୁମାର ମହାରଣା):କରୋନାର ମୁକାବିଲା ପାଇଁ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ସହାୟତାର ସୁଅ ଛୁଟିଥିବା ବେଳେ ପୋଲସରାର ପପୁଲାର ଭାରତ ଗ୍ୟାସ ମଧ୍ୟ୍ୟ ଏଥିରୁ ବାଦ ପଡିନାହିଁ। ପପୁଲାର ଭାରତ ଗ୍ୟାସ ଏଜେନ୍ସିର ମାଲିକ ଜୟନ୍ତ କୁମାର ସେଠୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୬୦ ହଜାର ଟଙ୍କା ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା, ଏହିପରି ମୋଟ ୧ ଲକ୍ଷ ୧୦ ହଜାର ଟଙ୍କାର ସହାୟତା ଅର୍ଥ ଦୁଇଟି ଚେକ ମାଧ୍ୟମରେ ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଏହି ସମୟରେ ଶ୍ରୀ ସେଠୀଙ୍କ ସହଯୋଗୀ ସନ୍ତୋଷ କୁମାର ବେହେରା ମଧ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ