କ୍ରାନ୍ତି ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ
ହାଟଡ଼ିହି (ଓ୍ବାଇଏନ୍ଏସ୍) : ଅକରୁଆ ପଞ୍ଚାୟତ ଅଧିନସ୍ଥ ଦଧିବାବନପୁର ଠାରେ ଥିବା କ୍ରାନ୍ତି ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡି-୧୯ ରିଲିଫ ଫଣ୍ଡକୁ ୫ହଜାର ଟଙ୍କା ଦାନ କରିଛନ୍ତି । କମଳାକାନ୍ତ ପରିଡାଙ୍କ ନେତୃତ୍ୱରେ ଆସିଥିବା କ୍ରାନ୍ତି ସଂଘର ସୁଦର୍ଶନ ଜେନା, ଜାନକୀ ଜେନା, ଲୀଳାବତୀ ପରିଡା, ସୁମ ଜେନା, ମଧୁସ୍ମିତା ଜେନା, ଅହଲ୍ୟା ଜେନା, ରୁକ୍ମଣୀ ଜେନା, କନକ ଜେନା, ଅଖଜୀ ଜେନା, ସୁବାସିନୀ ଜେନା ପ୍ରମୁଖ ବିଧାୟକଙ୍କ ଉପସ୍ଥିତିରେ ବିଡିଓଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଚେକ ପ୍ରଦାନ କରିଥିକେ


