ଗୋପାଳପୁର ପାନ୍ଥନିବାସରେ ରଜ ମହୋତ୍ସବ ପାଳିତ

ଗୋପାଳପୁର ,(ଯୁଗାଦ୍ଦ ନ୍ୟୁଜ)ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୋପାଳପୁର ପାନ୍ଥ ନିବାସ ଠାରେ ରଜ ମହୋତ୍ସବ ଆଜି ମଧ୍ୟ ପାଳନ କରାଯାଇଛି । ଏହି ଉତ୍ସବ ଆଜି ଠାରୁ ୧୬ ତାରିଖ ପର‌୍ୟ୍ୟନ୍ତ ତିନି ଦିନ ଧରି ଚଳିବ । ଆଜିର ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଗୋପାଳପୁର ଏନଏସି ଅଧ୍ୟକ୍ଷା ଏ. ମହାଲକ୍ଷ୍ମୀ ଯୋଗଦେଇ ଉଦଘାଟନ କରିଛନ୍ତି । ସମ୍ମାନିତ ଅତିଥି ଭାବରେ ସନାତନ ନାୟକ ସହ ନିର୍ଦ୍ଦେଶକ ପର‌୍ୟ୍ୟଟନ ବିଭାଗ, ବଢ଼ିବାବୁ ସୁରେନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ ଏହାସହ ନାରାୟଣ ମହାଙ୍କୁଡ ପର‌୍ୟ୍ୟଟନ ଭାରତ, ସବ୍ୟସାଚି କର ପରିଚାଳକ ପାନ୍ଥନିବାସ, ବୈଲଚନ ବିଶ୍ୱାସ, ପ୍ରମୋଦ ସେଠି, ଦୀପକ ମାର୍ଥା ଅତିଥି ଭାବେ ଯୋଗ ଦେଇଥିଲେ । ଏହି ରଜ ମହୋତ୍ସବରେ ଓଡ଼ିଶାର ପାରମ୍ପାରିକ ପୋଡପିଠା, ମଣ୍ଡା ପିଠା, କାକରା ପିଠା, ଆଢିଶା, ଚକୁଳି ପିଠା ଇତ୍ୟାଦି ୧୬ ପ୍ରକାର ବ୍ୟଞ୍ଜନ ପରିବେଷଣ କରାଯାଇଥିଲା । ପାନ୍ଥନିବାସର ପର‌୍ୟ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଓ ଅତିଥିମାନେ ସୁ-ସର୍ଜିତ ରଜ ଦୋଳି ଖେଳି ଆନନ୍ଦ ନେଇଥିଲେ । ଦକ୍ଷିଣ ଓଡ଼ିଶାର ଓ ଗଞ୍ଜାମ ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି, ପର‌୍ୟ୍ୟଟନ ପରମ୍ପରାର ପ୍ରସାର ପ୍ରଚାର ପାଇଁ ପାନ୍ଥନିବାସ ଓ ପର‌୍ୟ୍ୟଟନ ବିଭାଗ ପ୍ରତିବର୍ଷ ଏହି ବର୍ଷ ମଧ୍ୟ ରଜ ଉତ୍ସବ ପାଳନ କରୁଛନ୍ତି । ଏହି ଉତ୍ସବରେ ସମସ୍ତ ପ୍ରକାର ପିଠା, ବ୍ୟଞ୍ଜନ ବ୍ରହ୍ମପୁର ଓ ଗୋପାଳପୁରର ସମସ୍ତ ଜନସାଧାରଣ ପାଇଁ ଆସନ୍ତା ୧୬ ତାରିଖ ପର‌୍ୟ୍ୟନ୍ତ ଅଳ୍ପ ମୂଲ୍ୟରେ ପରିବେଷଣ କରାଯିବ ବୋଲି ସବ୍ୟସାଚି କର ତାଙ୍କ ମନ୍ତବ୍ୟରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ