ନୂଆଗାଁ ବ୍ରିଜରେ ବାଇକ ଦୁର୍ଘଟଣା, ଜଣେ ଗୁରୁତର
ଗଞ୍ଜାମ, (ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟ ନୂଆଗାଁ ବ୍ରିଜ ଉପରେ ଗତକାଲି ରାତି ୯ଟା ବେଳେ ବାଇକ ଦୁର୍ଘଟଣାରେ ଗାଙ୍ଗପୁର ଥାନା ମକରା ପଲ୍ଲି ଗ୍ରାମର ବିରଞ୍ଚି ସ୍ୱାଇଁ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ କୁ ଆଣିଥିଲା । ସୁଚନାଯୋଗ୍ୟ , ବିରଞ୍ଚି ଏକ ନୂଆ ହିରୋ ପ୍ୟାସନ ପ୍ରୋ ବାଇକରେ ବେଲଗୁଣ୍ଠା ରୁ ଫେରୁଥିଲା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା ।