ଆକାଂକ୍ଷା ମହିଳା ସଂଗଠନ ତରଫରୁ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ଆକାଂକ୍ଷା ତରଫରୁ ଆଜି ପାରଳାଖେମୁଣ୍ଡି ଠାରେ ଥିବା ସମସ୍ତ ଜିଲ୍ଲା ସ୍ତରୀୟ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମହିଳା ସଂଗଠନ ଆକାଂକ୍ଷାର ମୁଖ୍ୟ ମିନାକ୍ଷୀ ସାହୁ,ସଂଯୁକ୍ତା ବେହେରା,ଭାରତୀ ପାତ୍ର,ତନୁଯା ଶବର ପ୍ରମୁଖ କହାଛନ୍ତି,ସାରା ବିଶ୍ୱରେ କରୋନା ଆକ୍ରାନ୍ତରେ ଲୋକେ ଅତ୍ୟନ୍ତ ଭୟଭୀତ ଭାବେ ରହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ୍ଡାଉନ୍ ଘୋଷଣା ଏବଂ ନିଜ ଘରେ ନିଜେ ସୁରକ୍ଷାରେ ରୁହ ଆଦିରେ ଜନସାଧାରଣ ଘରୁ ବାହାରୁ ନାହାଁନ୍ତି । ଏପରି ସ୍ଥଳେ ସମସ୍ତ ଖବର ପରିବେଷଣ କରି ଦିନରାତି କରୋନା ଯୋଦ୍ଧା ହିସାବରେ ଜନସାଧାରଣଙ୍କ ଠାରେ ସମସ୍ତ ଟିକିନିଖି ତଥ୍ୟ ପହଞ୍ଚାଇବା ସହ ଲୋକଙ୍କୁ ସର୍ବଦା ସଚେତନତାର ବାର୍ତ୍ତା ପହଞ୍ଚାଇ ସମାଜ ପାଇଁ ସାମ୍ବାଦିକ ମାନେ ମଙ୍ଗଳ କାରକ ହୋଇଛନ୍ତି । ତେଣୁ ସମସ୍ତ ଜିଲ୍ଲା ସ୍ତରୀୟ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।