ନାବାଳିକାକୁ ବଳତ୍କାର ପରେ ହତ୍ୟା, ଅଭିଯୁକ୍ତ ନାବାଳକ ଅଟକ
ଯୋଡା,(ସମୀର କୁମାର ଦାସ):କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ୬ ବର୍ଷୀୟା ନାବାଳିକାକୁ ସେହି ଗ୍ରାମର ଜଣେ ନାବାଳକ ଦୁଷ୍କର୍ମ କରିବା ପରେ ବାଡିରେ ପିଟି ପିଟି ହତ୍ୟା କରିବା ଘଟଣା ଅଂଚଳରେ ଚାଂଚଲ୍ୟ ସୃଷ୍ଟ୍ି କରିଛି । ପୋଲିସ ସୂତ୍ରରୁ ଜଣାପଡିଛି ଯେ, ଶନିବାର ପୂର୍ବାହ୍ନ ସମୟରେ ଉକ୍ତ ଗ୍ରାମର ଜଣେ ୬ ବର୍ଷୀୟା ନାବାଳିକାକୁ ସେହି ଗ୍ରାମରେ ରହୁଥିବା ଜଣେ ନାବାଳକ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଉକ୍ତ ନାବାଳିକାକୁ ଜଣକୁ ଗ୍ରାମ ନିକଟ ଜଙ୍ଗଲକୁ ଡାକି ନେଇ ସେଠାରେ ବଳତ୍କାର କରିଥିଲା । ପରେ ଏକ ବାଡିରେ ନାବାଳିକା ଜଣକୁ ପିଟି ପିଟି ହତ୍ୟା କରିଥିବା ଶନିବାର ସନ୍ଧ୍ୟାରେ ନାବାଳିକାଙ୍କ ପରିବାର ଲୋକେ ବାମେବାରୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ବଡବିଲ୍ ଏସଡିପିଓ ସତ୍ୟ ବିକାଶ ଭୂୟାଁ, ଯୋଡା ଆଇଆଇସି ରାଇସେନ୍ ମୁୁର୍ମୁ , ବାମେବାରୀ ଥାନା ଓଆଇସି ଅମିତାବ ଦାସ ଘଟଣାସ୍ଥଳରେ ପହନଚି ଘଟଣାର ଜାଂଚ କରିବା ସହିତ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିବା ସୂଚନା ମିଳିଛି । ପୋଲିସ କେଶ୍ ନଂ ୪୮/୨୦୨୦ ରୁଜୁ କରି ତଦନ୍ତ ଜାରି ରଖିଛି । ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତ ନାବାଳକକୁ ଅଟକ ରଖିବା ସହିତ ଏହି ଘଟଣାରେ ଅଭିଯୁକ୍ତ ନାବାଳକଙ୍କ ସମେତ ଆଉ କିଛି ଲୋକ ହତ୍ୟାକଣ୍ଡରେ ସଂପୃକ୍ତ ଥିବା ସନ୍ଦେହ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଓଆଇସି ଅମିତାବ୍ ଦାସ କହିଛନ୍ତି।


