ଗାଁରେ ପହଞ୍ଚିଲା ଉଜ୍ଜାଲା ଗ୍ୟାସ

ହାଟଡ଼ିହି (ଓ୍ବାଇଏନ୍ଏସ୍) : ଘର ପାଖରେ ପହଞ୍ଚିଲା ଉଜ୍ଜାଲା ଗ୍ୟାସ ସିଲିଣ୍ଡର । ମହ୍ଲାରପଦା, ଘୋଷରାପଦା, ଟାଙ୍ଗର ପ୍ରଭୃତି ଗ୍ରାମର ଉଜ୍ଜାଲା ଗ୍ୟାସ ହିତାଧିକାରୀମାନେ ଘରପାଖରେ ଗ୍ୟାସ ସିଲିଣ୍ଡର ପାଇ ବହୁତ ଆନନ୍ଦିତ ହୋଇଥିବା ଦେଖିବାକୁ ମିଳିଛି । ହିତାଧିକାରୀମାନେ ପୁର୍ବରୁ ମା ଥାନପତି ଇଣ୍ଡେନ ଗ୍ୟାସ ବିତରକ ସଂସ୍ଥାରୁ ଗ୍ୟାସ ଆଣିବାକୁ ଗଲେ ଦୀର୍ଘ ୨୦କିଲୋମିଟର ଦୁର ଯିବାକୁ ପଡିଥାଏ ଓ ଶହେ ଦୁଇଶହ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଏପରିକି ଗୋଟିଏ ସିଲିଣ୍ଡର ଆଣିବାପାଇଁ ସେମାନଙ୍କୁ ଗୋଟିଏ ଗୋଟିଏ ଦିନ ଅଯଥାରେ ନଷ୍ଟ କରିବାକୁ ହେଉଥିଲା । ଏବେ କରୋନା ପାଇଁ ଲକଡାଉନ ଚାଲିଥିବାବେଳେ କେନ୍ଦ୍ର ସରକାର ଉଜ୍ଜଲା ଗ୍ୟାସ ହିତାଧିକାରୀଙ୍କ ଏକାଉଣ୍ଟକୁ ଅନୁଦା ଯୋଗାଇ ଦେଇଥିବାବେଳେ ଗ୍ୟାସ ଏଜେନସି ପକ୍ଷରୁ ଘରଘର ବୁଲି ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଉ ଥିବାରୁ ହିତାଧିକାରୀମାନେ ଅଯଥା ଖର୍ଚ୍ଚାନ୍ତରୁ ରକ୍ଷା ପାଇବା ସହିତ ସେମାନଙ୍କ ଅଯଥା ସମୟ ନଷ୍ଟରୁ ମଧ୍ୟ ତ୍ରାହି ପାଇପାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ