ଅମାନିଆ ମାକ୍ସ ନପିନ୍ଧି ଦେଲେ ଜୋରିମାନା
ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ବେଳେ କୌଣସି ଅତ୍ୟାବଶ୍ୟକ କାର୍ଯ୍ୟରେ ବାହାରକୁ ବାହାରିଲେ ମୁହଁରେ ମାକ୍ସ ପିନ୍ଧିବାକୁ ରାଜ୍ୟ ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି । ଏପରିସ୍ଥଳେ କେତେକ ଅମାନିଆ ବ୍ୟକ୍ତି ଏହି ନିୟମକୁ ନମାନି ଜୋରିମାନା ଗଣୁଥିବାର ଦେଖାଯାଇଛି । ବୁଧବାର ବନ୍ତ ଥାନା ଛକ ଠାରେ ପୋଲିସ ପକ୍ଷରୁ ଚେକିଂ କରାଯାଇଥିଲା । ମାକ୍ସ ବ୍ୟବହାର ନକରି ବାହାରେ ବୁଲାବୁଲି କରୁଥିବା ୧୬ ଜଣ ବ୍ୟକ୍ତିଙ୍କ ଠାରୁ ପୋଲିସ ୩ ହଜାର ୨ ଶହ ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାଯାଇଛି ।


