ଭିଡିଓ କନଫେରେନ୍ସିଂ ମାଧ୍ୟମରେ ସରପଞ୍ଚ ମାନଙ୍କୁ ଟିପ୍ସ୍ ଦେଲେ ମୁଖ୍ୟମନ୍ତ୍ରୀ
ବନ୍ତ (ଚାନ୍ଦିନୀ ମହାନ୍ତି) : ରାଜ୍ୟ ସରକାର ରାଜ୍ୟ ବାହାରେ ଥିବା ଓଡିଆ ମାନଙ୍କୁ ଓଡିଶାକୁ ଫେରାଇ ଆଣିବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି । ରାଜ୍ୟ ବାହାରେ ଥିବା ଓଡିଆ ବ୍ୟକ୍ତି ମାନେ ଓଡିଶାରେ ପହଞ୍ôଚବା ପରେ ସେମାନଙ୍କର ନାମ ପଞ୍ଜୀକରଣ, ରକ୍ତ ନମୁନା ପରୀକ୍ଷା ସହ ସେମାନଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନ୍ରେ କିପରି ରଖା ଯିବ ଏବଂ ସେଥିରେ ସରପଞ୍ଚ ମାନଙ୍କର ଭୂମିକା କଣ ରହିବ ସେବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସରପଞ୍ଚ ମାନଙ୍କୁ ଟିପ୍ସ୍ ପ୍ରଦାନ କରିଥିଲେ । ବନ୍ତ ବ୍ଲକ ଭିଡିଓ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଭିଡିଓ କନ୍ଫେରେନ୍ସିଂ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ଅରୁଣ କୁମାର ମହାପାତ୍ର, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ବିଡିଓ ରେବେକା ବିଲୁଙ୍ଗଙ୍କ ସମେତ ୨୫ଟି ପଞ୍ଚାୟତର ସରପଞ୍ଚ ମାନେ ଯୋଗ ଦେଇଥିଲେ ।


