ବହୁ ରୋଗରୁ ମୁକ୍ତଦିଏ ଅଧାକପ୍ ତେଜପତ୍ର ପାଣି
ତେଜପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ । ରାତିରୁ ପାଣିରେ ଭିଜା ଯାଇଥିବା ତେଜପତ୍ର ପାଣିରୁ ସକାଳେ ଅଧାକପ୍ ପିଇଲେ ପେଟରେ ଥିବା ଚର୍ବି କମିବାକୁ ଆରମ୍ଭ କରିଥାଏ । ଏହା ମେଦବହୁଳ ରୋଗୀଙ୍କ ପାଇଁ ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି । ତେଜପତ୍ର ପାଣିରେ ଫୋଲିକ୍ ଏସିଡ୍, ଆଣ୍ଟି-ଅକ୍ସିଡାଣ୍ଟ୍, ଫାଇଟା ନ୍ୟୁଟ୍ରେଣ୍ଟସ୍, ସାଲିସାଇଲେଟ୍, କ୍ୟାଫିକ୍ ଏସିଡ୍, ଭିଟାମିନ୍ ତଥା ଖଣିଜ ପଦାର୍ଥ ରହିଥାଏ । ଏହାଦ୍ୱାରା ଡାଇବେଟିସ୍, ହାର୍ଟ ସମସ୍ୟା, ମହିଳାଙ୍କ ରତୁସ୍ରାବ ସମସ୍ୟା ଆଦି ଦୂର ହୋଇଥାଏ । ଥଣ୍ଡା ଏବଂ କାଶ ନିରାକରଣ କ୍ଷେତ୍ରରେ ଏହାର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ତେଣୁ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ଅଧାକପ୍ ଉଷୁମ ତେଜପତ୍ର ପାଣି ପିଇଲେ ଶରୀର ନିରାମୟ ରହିଥାଏ ।


