ସର୍ବଫର ପିପୁଲ ପକ୍ଷରୁ ଖାଦ୍ୟ ବଣ୍ଟନ

ହାଟଡ଼ିହି (ଓ୍ବାଇଏନ୍ଏସ୍) : ସମଗ୍ର ଆନନ୍ଦପୁର ଉପଖଣ୍ଡରେ କେଉଁଠିଁ ଘରଟିଏ ପୋଡିଗଲେ କି କିଏ ବେମାରରେ ପଡିଲେ କିମ୍ବା କିଏ ଅସହାୟ ଅବସ୍ଥାରେ ଥିବା ଶୁଣିଲେ ରାତି ରାତି ପହଞ୍ଚିଯାଇଥାନ୍ତି ସର୍ଭ ଫର ପିପୁଲର ସଦସ୍ୟମାନେ । ତାଙ୍କ ସକ୍ଷମ ମୁତାବକ ସାହାଯ୍ୟର ହାତ ବଢ଼ାଇବା ସହ ଅନ୍ୟକେଉଁଠୁ ସହାୟତା କିମ୍ବା ସହଯୋଗ ମିଳିପାରିବ ସେନେଇ ତତ୍ପର ହୋଇପଡିଥାନ୍ତି ଏହାର ସଦସ୍ୟମାନେ । କିନ୍ତୁ ଦୁଖଃର ବିଷୟ ଯେ କେ ବାଲିପାଳ ପଞ୍ଚାୟତର ୪୦ରୁ ଉର୍ଦ୍ଧ ପରିବାର କାମଦାମ ବନ୍ଦ ହେବାପରେ ସରକାରୀ ସହାୟତା ମିଳୁନଥିବାରୁ ଭୋକ ଉପାସରେ ଦିନ କାଟୁଥିବା ଖବର ପାଇ କିଛି ଶୁଖିଲା ଖାଦ୍ୟ ନେଇ ସେମାନଙ୍କୁ ବାଣ୍ଟିବା ପାଇଁ ଯିବା ବାଟରେ ସୋସୋ ପୁଲିସ ସେମାନଙ୍କୁ ବିଦ୍ୟାଧରପୁର ନିକଟରୁ ଧରିନେଇ ରାତି ୧୧ଟା ପର୍ଯ୍ୟନ୍ତ ଥାନାରେ ଅଟକ ରଖିଥିଲା । ଏତେ ବାଧାବିଘ୍ନ ପରେବି ସର୍ଭଫର ପିପୁଲସର ସଦସ୍ୟମାନେ ଆଜି ସଙ୍ଗରେ ନେଇଥିବା ଚାଉଳ, ଚୁଡା, ଶୁଖିଲା ଖାଦ୍ୟକୁ ନେଇ ହଦଗଡ ପଞ୍ଚାୟତରେ ବାଣ୍ଟିବା ସହ କେ ବାଲିପାଳ ପଞ୍ଚାୟତର ଗରିବ ପରିବାର ଗୁଡିକୁ ହଦଗଡକୁ ଡାକି ପ୍ରଦାନ କରିଛନ୍ତି । ତାଙ୍କ ସହିତ ଜିଲ୍ଲାପରିଷଦ ସଦସ୍ୟ ଟିକି କିସ୍କୁ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ