ଜଗନ୍ନାଥଙ୍କ ଦେବସ୍ନାନ ନୀତି ସମ୍ପନ୍ନ

ଦଶପଲ୍ଲା (ଜୁଗାବ୍ଦ ନ୍ୟୁଜ୍‍): : ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଦଶପଲ୍ଲାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଧି ଅନୁଯାୟୀ ସମସ୍ତ ଦେବନୀତି ସମ୍ପନ୍ନ କରାଯାଇଛି । ପୂର୍ବାହ୍ନରେ ଶ୍ରୀ ଜିଉଙ୍କୁ ରାଜନଅର ମଧ୍ୟରେ ଥିବା ସ୍ନାନବେଦୀକୁ ପହଣ୍ଡି କରି ନିଆଯିବା ପରେ ସ୍ନାନ କରାଯାଇଥିଲା । ବିଧି ମୁତାବକ ଧୂପ ଏବଂ ଅବକାଶ ନୀତି ଆଦି ସମାପନ ପରେ ଅପରାହ୍ନ ଶ୍ରୀଜିଉଙ୍କ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା । ଏହି ଗଜାନନ ବେଶକୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ୱାସ ଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । ସଂଧ୍ୟା ଆଳତୀ ପରେ ରାତ୍ରୀ ଧୂପ, ବଡ ସିଂହାର ନୀତି ଆଦି ସମ୍ପନ୍ନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ