କ୍ୱାରେଣ୍ଟାଇନ ସେଣ୍ଟର ବୁଲିଲେ ଓ ଶୁଖିଲା ଖାଦ୍ୟ ବାଣ୍ଟିଲେ ବିଧାୟକ

ହାଟଡ଼ିହି,(ଓ୍ବାଇଏନ୍ଏସ୍):ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଆଜି ବିଭିନ୍ନ ପଞ୍ଚାୟତରେ ଖୋଲାଯାଇଥିବା ସଂଗରୋଧ କେନ୍ଦ୍ର ବୁଲିବା ସହିତ କିଛି ପଞ୍ଚାୟତରେ ଦିଆଯାଉଥିବା ରନ୍ଧାଖାଦ୍ୟର ମାନ ପରୀକ୍ଷା କରିଥିଲେ । ବିଧାୟକ ଶ୍ରୀଯୁକ୍ତ ସେଠୀ ଆଜି ସକାଳେ ମରୈଗାଁ ପଞ୍ଚାୟତରେ ପ୍ରସ୍ତୁତ ହୋଇଥିବା ସଂଗରୋଧକେନ୍ଦ୍ର ବୁଲି ଦେଖିବା ସହିତ ସେଠାରେ ରୋଗୀ ମାନଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଥିବା ବେଡ, ବିଦ୍ୟୁତ, ପାନୀୟଜଳ, ଶୌଚାଳୟ ଆଦି ବୁଲି ଦେଖିôତଲେ । ସ୍ଥାନୀୟ ସରପଞ୍ଚ ନକୁଳ ଦାସ ଓ ପିଇଓ ହରିହର ସେଠୀଙ୍କ ସହ ମଧ୍ୟ ଏ ବାବଦରେ ଆଲୋଚନା କରିଥିଲେ । ପରେ ମରୈଗାଁ ଠାରେ ଦୁଇଟି ଏସଏସଜି ଗ୍ରୁପ ଦ୍ୱାରା ପ୍ରସ୍ତୁତ ହେଉଥିବା ରନ୍ଧାଖାଦ୍ୟର ମାନ ନିରୀକ୍ଷଣ କରିଥିଲେ । ପରେ ସଢ଼ା ହାଇସ୍କୁଲରେ ପ୍ରସ୍ତୁତ ହୋଇଥିବା ସଂଗରୋଧ କେନ୍ଦ୍ର ବୁଲି ଦେଖିବାପରେ ବାଙ୍ଗୋର, ଧନୁର୍ଜୟପୁର ସଂଗରୋଧ କେନ୍ଦ୍ର ଗୁଡିକ ବୁଲି ଦେଖିଥିଲେ । ପରେ ବାଙ୍ଗୋର ପଡିଆଠାରେ ସାମାଜିକ ଦୁରତା ରକ୍ଷାକରି ୨୫୦ରୁ ଉର୍ଦ୍ଧ ଗରିବ ଲୋକମାନଙ୍କୁ ଆଳୁ, ଚୁଡା, ତେଲ, ବିସ୍କୁଟ, ମାସ୍କ, ସାବୁନ ଆଦି ବଣ୍ଟନ କରିôତଲେ । ବର୍ତ୍ତମାନ ସମୟରେ ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଆମ ମାନଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି ତେଣୁ ଆମେ ସମସ୍ତେ ଏଥିପାଇଁ ସତର୍କ ରହିବା ସହ ଘରୁ ବାହାରକୁ ନବାହାରିବା ପାଇଁ ନିବେଦନ କରିଥିଲେ । ଅତି ଆବଶ୍ୟକ ନହେଲେ ଘରୁ ବାହାରକୁ ବାହାରନ୍ତୁନି ଓ ସରକାରଙ୍କ ସମସ୍ତ ଉପଦେଶ ମାନି ଚଳନ୍ତୁ କରୋନା ନିଶ୍ଚିତ ଭାବେ ହାରିଯିବ ବୋଲି ସେ ଲୋକମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ବାଙ୍ଗୋର ପଞ୍ଚାୟତର ବିଜେଡି ସଭାପତି ପବିତ୍ର ମୋହନ ପେଡା, ଚିନ୍ମୟ ନାୟକ, ବସନ୍ତ ପଢ଼ିଆରୀ, ସୁବୋଧ ପଣ୍ଡା, ବସନ୍ତ ସାହୁ, ଜଖନାଥ ପୃଷ୍ଟି, ନିରଞ୍ଜନ ପୃଷ୍ଟି, ସୋମନାଥ ଦାସ, ଉମେଶ ଚନ୍ଦ୍ର ପଲେଇ, ବଟକୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ