କରୋନା ମୁକାବିଲା ପାଇଁ ଠିକାଦାର ଦେଲେ ୨ଲକ୍ଷ ଟଙ୍କା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ିର ବରିଷ୍ଠ ଠିକାଦାର ଗିରିଶ ଚନ୍ଦ୍ର ସାହୁ ଶୁକ୍ରବାର ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ୨ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ସେ ଫୁଲବାଣୀ ଯାଇ ଅତିରିକ୍ତ ଜିଲାପାଳ ବସନ୍ତ ସାହୁଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ (ପିଏମ୍‌ କେୟାର୍ସ)କୁ ୧ଲକ୍ଷ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ (କୋଭିଡ୍‌)କୁ ୧ଲକ୍ଷ ଟଙ୍କା ଲେଖାଏ ଚେକ୍‌ ପ୍ରଦାନ କରିଛନ୍ତି। ଠିକାଦାରଙ୍କ ସହ ତାଙ୍କ ସହଯୋଗୀ ସନ୍ତୋଷ କୁମାର ବିଷୋୟୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ