ବିଜୁ ଜନତା ଦଳ ନଗର କମିଟି ପକ୍ଷରୁ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାର ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡା ୨୦/୬ – ବିଜୁ ଜନତା ଦଳ ନଗର କମିଟି ପକ୍ଷରୁ ରାଜନଗରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ପ୍ରତିବାଦରେ ଗୁରୁବାର ଜିଲ୍ଲାପାଳଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ରାଜନଗର ବ୍ଲକ ଅନ୍ତର୍ଗତ ଗୋପାଲପୁରର ତ୍ରିନାଥ ବଜାର ଠାରେ ଥିବା ଓଡିଶାର ବରପୁତ୍ର ତଥା ଭାରତବର୍ଷର ସୁପ୍ରସିଦ୍ଧ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ କୈାଣସି ଦୁର୍ବୁତ ଭାଙ୍ଗି ଦେଇଛି । ଏହି ଘଟଣା ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କ ମନରେ ଗଭୀର ଆଘାତ ଦେଇଥିବାରୁ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ବିଜୁ ଜନତା ଦଳ ନଗର କମିଟି ପକ୍ଷରୁ ଦାବିକରାଯିବା ସହ ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଥିଲେ । ନଗର ବିଜେଡି ସଭାପତି ଶ୍ରୀକାନ୍ତ ପଣ୍ଡା,ବିଜେଡି ସୋସିଆଲ ମିଡିଆ ସଂଯୋଜକ ଦେବଦାସ ମହାନ୍ତି,ରଞ୍ଜିତ ସାହୁ,ଧିରେନ ସାହୁ,ହିରଣ୍ୟ ପଣ୍ଡା,ସଞ୍ଜୟ କୁମାର ଜେନା,ରାଜେଶ ପଣ୍ଡା,ଭୀମସେନ ଭୂୟାଁ,ମହମ୍ମଦ ସେକ ଇନାୟତ,ସେକ ମତୁ,ଜୟନ୍ତ ମହାନ୍ତି ପ୍ରମୁଖ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।