ପୋଲିସ ଭ୍ୟାନ ଧକ୍କାରେ ବୃଦ୍ଧ ଗୁରୁତର

ଭଞ୍ଜନଗର , (ଯୁଗାବ୍ଦ ନ୍ୟୁଜ୍): ଭଞ୍ଜନଗର ଥାନା ଅନ୍ତର୍ଗତ ଜୁଲୁଣ୍ଡି ଗ୍ରାମ ନିକଟରେ ପୋଲିସ ଭ୍ୟାନ ଧକ୍କାରେ ଜଣେ ବୃଦ୍ଧ ଗୁୁରୁତର ଆହାତ ହୋଇଛନ୍ତି । ଆହାତ ବୃଦ୍ଧ ଜଣଙ୍କ ପରିଚୟ କାଳିଆ ପଲ୍ଲୀ ଗ୍ରାମର ପାଣୁ ମଲ୍ଲିକ (୫୫) ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ଦମକଳ ଯୋଗେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ହସପିଟାଲରେ ଭର୍ତ୍ତିକରାଯାଇଥିଲା ।ତାଙ୍କର ପ୍ରାଥମିକ ଚିକିସ୍ରା ପରେ ପାଣୁଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଏହି ଦୂର୍ଘଟଣା ପରେ ପୋଲିସ ଭ୍ୟାନକୁ ଅଟକାଇ ସ୍ଥାନୀୟ ଲୋକ ବ୍ରହ୍ମପୁର ଓ ଭଞ୍ଜନଗର ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ତହସିଲଦର ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ରେଡକ୍ରସ ପାଣ୍ଠିରୁ ୧୦,୦୦୦ ଟଙ୍କା ଦେବା ପାଇଁ ପ୍ରତିଶୃତି ଦେବା ପରେ ରାଜପଥରୁ ସ୍ଥାନୀୟ ଲୋକ ଓହରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ