ବଡବର୍ଚ୍ଚିକୟାଁ ପଞ୍ଚାୟତରେ କରୋନା ମୁକାବିଲା ପାଇଁ ଗ୍ରାମ୍ୟ ସ୍ତରୀୟ ସଭା

ବନ୍ତ (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ବଡବର୍ଚ୍ଚିକୟାଁ ପଞ୍ଚାୟତ ଅଧିନ ଆପ୍ତିରା ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ କରୋନା ମୁକାବିଲା ନେଇ ଗ୍ରାମ୍ୟ ସ୍ତରୀୟ ସଭା ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ବିଷ୍ଣୁ ମୋହନ ଜେନାଙ୍କ ଆବାହକତ୍ୱରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଗୀତାରାଣୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଗ୍ରାମସଭାରେ ବିଭିନ୍ନ ଗ୍ରାମରୁ ଲୋକ ମାନେ ଯୋଗ ଦେଇଥିଲେ । ଗ୍ରାମକୁ କିପରି କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା କରାଯାଇ ପାରିବ, ବାହାର ରାଜ୍ୟରେ ରହୁଥିବା ଲୋକ ମାନଙ୍କର ପଞ୍ଜୀକରଣ କରାଯାଇ ସେମାନଙ୍କୁ ଫେରାଇ ଅଣାଯାଇ ପାରିବ, ଫେରିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍ ଗୃହରେ ରଖାଯିବା ସଂପର୍କରେ ଆଲୋଚନା ହୋଇଥିଲା । ବିଦ୍ୟାଳୟର ସଙ୍ଗରୋଧ କୋଠରୀର ସମସ୍ତ ବ୍ୟବସ୍ଥା ପଞ୍ଚାୟତ ତରଫରୁ କରାଯିବା ବିଷୟରେ ସରପଞ୍ଚ ଅବଗତ କରାଇଥିଲେ । ଗ୍ରାମରେ ସମସ୍ତ କୋଭିଡ୍‌-୧୯ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ସଭାପତି ଭାବେ ବଟକୃଷ୍ଣ ରାଉତଙ୍କ ସମେତ ମନମୋହନ ରାଉତ, ସୁରେଶ ଭାରତୀ, ବ୍ରଜମୋହନ ମହୁରୀ, ଧନେଶ୍ୱର ଜେନା, ଭଗବାନ ପାଢୀ, ପିତାମ୍ବର ପହି, ସୁରେନ୍ଦ୍ର ରାଉତ, ଆଶା କର୍ମୀ ପ୍ରତିଭା ମହୁରୀ, ଅଙ୍ଗନୱାଡି କର୍ମୀ ତୁଳସୀ ପେଡା ରହିଥିବା ଜଣାଯାଇଛି । କାର୍ଯ୍ୟକ୍ରମରେ ପି.ଏ.ଜି ଅକ୍ଷୟ ପଣ୍ଡା, ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡିର କାର୍ଯ୍ୟକାରୀ ସଂପାଦକ ନୃସିଂହ ମହାନ୍ତି, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସୁରେଶ ରାଉତ, ଯୁବ ଆଇନଜୀବି ବସନ୍ତ ଖିଲାର ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ