ରାଇଙ୍ଗପୁର ଆଇନଜୀବୀଙ୍କ ଦ୍ଵାରା ଆଇନଜୀବୀ ଦିବସ ପାଳିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ଆଜିର ଏହି ପବିତ୍ର ଦିବସରେ ଓଡ଼ିଶାର ପ୍ରଥମ ବାରିଷ୍ଟର ମଧୁସୂଦନ ଦାସଙ୍କ ଜନ୍ମ ଦିନ । ଏହି ଯୋଗଜନ୍ମା ପୁରୁଷଙ୍କ ଜନ୍ମ ଦିବସରେ ରାଇରଙ୍ଗପୁର ଆଇନଜୀବୀଙ୍କ ତରଫରୁ ନିରାଡମ୍ବରରେ ପାଳିତ ହୋଇଯାଇଛି । ମହାମାରୀ ‘କରୋନା’ କରାଳ ଛାୟାରେ ମାନବ ସମାଜ । ଏଥିପାଇଁ ଚାରିଆଡେ ଲକ୍ ଡାଉନ୍ । କୌଣସି ସଭା, ସମିତି ଓ ଉତ୍ସବ ନ କରିବା ପାଇଁ ସରକାରଙ୍କ ତରଫରୁ କଡା ନିର୍ଦ୍ଦେଶ ଅଛି ।ଆଜି ପୂର୍ବାହ୍ନରେ ଆଇନଜୀବୀମାନେ ରାଇରଙ୍ଗପୁର କଚେରୀ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓକିଲ ରଘୁନାଥ ଦାସ, ରାମଚନ୍ଦ୍ର ସାହୁ, ଅକ୍ଷୟ ମହାନ୍ତି,ବିଭୁ ଲେଙ୍କା, କିଶୋର ମହାନ୍ତ,ମନୋଜ ଦାସ, ଗୌରୀ ଦତ୍ତ, ପ୍ରମୋଦ ମହାନ୍ତ,ପ୍ରମୋଦ ଦାସ,ଅମିତ ବୈଠା,ଅଜୟ ପାଲ,ମାନସିଂ ଟୁଡୁ,ବୁଲା ମଣ୍ଡଳ,ଭୋଳାନାଥ ମହାନ୍ତ, ଆଲୋକ ମହାନ୍ତ ଏବଂ ଅନ୍ୟ ଓକିଲ ଭାଇମାନେ ଏହି ଶ୍ରଦ୍ଧାଂଜଳି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ