ଉତ୍କଳ ଗୌରବ ମଧୁବାବୁଙ୍କ ୧୭୨ତମ ଜୟନ୍ତୀ ପାଳିତ

ପାରାଦ୍ୱୀପ (ପୀତବାସ ପ୍ରଧାନ) : ଉତ୍କଳ ଗୌରବ କୂଳବୃଦ୍ଧ ମଧୁସୂଦନ ଦାସଙ୍କ ୧୭୨ତମ ଜୟନ୍ତୀ ବନ୍ଦର ସହର ପାରାଦ୍ୱୀପରେ ପାଳିତ ହୋଇଯାଇଛି । ପାରାଦ୍ୱୀପ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ବିଜେଡି ନଗର ସଭାପତି ତଥା ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଉପସଭାପତି କୁମରବର ନାୟକ, ବିଜୁ ଯୁବ ଜନତା ଦଳ ସଭାପତି ଆଲୋକ ମହାପାତ୍ର, ସରକାରୀ ଓକିଲ ସୁରେଶ ଚନ୍ଦ୍ର ଦାସ, ନଳିନୀ ରଞ୍ଜନ ଦାସ ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ମହାମାରୀ କରୋନା ର ସତର୍କତା ପାଇଁ ସାମାଜିକ ଦ୍ୱରତ୍ୱ ରକ୍ଷା କରି, ମାସ୍କ ପରିଧାନ କରି ଏହି କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ । ଏହାପରେ ଦୋଛକି ଠରେ ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ପୁଷ୍ପଗୁଚ୍ଛ ଦେଇ ଉତ୍କଳ ପ୍ରଦେଶର ଉଦ୍ୟୋକ୍ତା, ସ୍ୱାଧିନତା ସଂଗ୍ରାମୀ ମଧୁ ବାରିଷ୍ଟରଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ