ସୁରାଟ ରୁ ଫେରୁଛନ୍ତି ଶ୍ରମିକ
ଫୁଲବାଣୀ.(ସୁର୍ଯ୍ୟ ନାରାୟଣ ବେହେରା):ସୁରାଟରୁ ଶ୍ରମିକ ମାନଙ୍କୁ ଧରି ଆସୁଥିବା ୪ଟି ବସ ଏବେ ସୁବର୍ଣ୍ଣପୁର ରେ ପହଂଚିଛି । ଗଂଜାମ ଜିଲ୍ଲାପାଳ ଅନୁମତି ଦେବାପରେ ପ୍ରାୟ ୨୦୦ ଶ୍ରମିକ ନିଜ ଜିଲ୍ଲାକୁ ଫେରୁଛନ୍ତି । ଏମାନେ ସୁରାଟରୁ ବାହାରିଲା ପରେ ଛତିଶଗଡ ର ରାୟପୁର ଦେଇ ଓଡିଶା ସୀମାରେ ପ୍ରବେଶ କରିଛନ୍ତି ।ଏମାନଙ୍କୁ କଡା ସୁରକ୍ଷା ରେ ନିଆଯାଉଛି। ନୂଆପଡା,ସୋନପୁର , ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ଦେଇ ନିଜ ଜିଲ୍ଲାରେ ପହଞ୍ଚିବେ । ରାତି ମଧ୍ୟରେ ଗଂଜାମ ଜିଲ୍ଲାର ଧରାକୋଟ ଓ ଶେରଗଡ଼ କ୍ବାରାଣ୍ଟଟାଇନ ସେଣ୍ଟରରେ ପଚାଞ୍ଚିବାର ସୂଚନା ମିଳୁଛି ।


