ବୋମା ବିସ୍ଫୋରଣରେ ନାବାଳକ ଗୁରୁତର

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଥାନା ନିକଟସ୍ଥ ବନଖଣ୍ଡି ପଞ୍ଚାୟତ ଅଧିନସ୍ଥ ବାହାରଣା ଗ୍ରାମ ରେ ବୋମା ବିସ୍ଫୋରଣ ରେ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି।ନାବାଳକ ର ନାମ ଜୟଦେବ ପଣ୍ଡା ବୟସ ୧୪ ବର୍ଷ ସନ୍ଧ୍ୟା ରେ ଉକ୍ତ ନାବାଳକ ଜଣଙ୍କ ନିଜ ସାଥୀ ସହ ଗାଈ ଖୋଜିବାକୁ ଯାଇଥିବା ସମୟରେ ବିଲ ମଝିରେ ଥିବା ଏକ ଶଙ୍ଖ ତଳୁ ବ୍ୟାଗ ପାଇଥିଲେ। ବ୍ୟାଗ ଖୋଲିବା ପରେ ସେଥିରୁ ଏକ ଡ଼ବା ମିଳିଥିଲା।ଜୟଦେବ ଡ଼ବା କୁ ଖୋଲିବାକୁ ପ୍ରୟାସ କରିବାକୁ ଯାଇ ପିଣ୍ଡି ରେ ପିଟିଦେଇଥିଲା ।ଫଳରେ ତାହା ବିସ୍ଫୋରଣ ଘଟିଥିଲା ଘଟଣା ସ୍ଥଳରେ ଜୟଦେବ ପଣ୍ଡା ଙ୍କ ଅବସ୍ଥା ଅତି ଗୁରୁତର ହୋଇପଡିଥିଲା। ଭୟରେ ସାଙ୍ଗ ଜଣକ ଦଉଡି ଯାଇ ଗ୍ରାମବାସୀଙ୍କୁ ଖବର ଦେଇଥିଲା। ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଆମ୍ବୁଲାନ୍ସ ଯୋଗେ ନାବାଳକ କୁ ଗୋପ ମେଡିକାଲ ପଠାଇଥିଲେ ମାତ୍ର ତାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୀ ମେଡିକାଲ ପଠାଇ ଦିଆଯାଇଛି।ପରେ ଗ୍ରାମବାସୀ କୋଣାର୍କ ଥାନା କୁ ଖବର ଦେଇଥିଲେ।ପରେ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ସଦଳବଳେ ଘଟଣା ସ୍ଥଳେ ପହଁଚି ବୋମା ଥିବା ବ୍ୟାଗ ଟିକୁ ଚେକ କରିଥିଲେ। ସେଥିରୁ କେବଳ କୁଣ୍ଡା ବାହାରିଥିଲା।ବମ ଏଠାକୁ ଆସିବା ଘଟଣା ଏହାର ତଦନ୍ତ କରାଯିବ ବୋଲି ଥାନାଧିକାରୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ