ପାଞ୍ଚ ବର୍ଷର ପୁଅକୁ ଛୁରୀ ଭୁସି ହତ୍ୟା କଲା ବାପା

ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ରାଉରକେଲା ବନ୍ଧମୁଣ୍ଡା ଥାନା ଆରଏସ କଲୋନୀରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି । ଜଣେ ପିତା ନିଜର ପାଞ୍ଚ ବର୍ଷର ସନ୍ତାନକୁ ଛୁରୀ ଭୁଷି ହତ୍ୟା କରିବା ଘଟଣା ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ମିଳିଥିବା ଖବର ଅନୁଯାୟୀ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କୈାଣସି ଘଟଣାକୁ କେନ୍ଦ୍ର କରି ପାଟିତୁଣ୍ଡ ହୋଇଥିଲା । ପାଟିତୁଣ୍ଡରୁ ବଚସା ଉଗ୍ରରୁପ ଧାରଣ କରିଥିଲା ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ । ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ୱାମୀ ନିଜର ୫ ବର୍ଷର ଶିଶୁ ପୁତ୍ରକୁ ହତ୍ୟା କରିଛି । ଶିଶୁ ପୁତ୍ରର ମୃତ ଦେହ ଦେଖିଲା ପରେ ଅଂଚଳ ବାସୀ ନିକଟସ୍ଥ ଥାନାକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ମୃତ ଶିଶୁକୁ ଉଦ୍ଧାର କରି ଅଭିଯୁକ୍ତ ବାପାକୁ ଗିରଫ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ