ନିଶାମୁକ୍ତ ସମାଜ ପାଇଁ ମହିଳାଙ୍କୁ ‘ମୋନା’ର ନିବେଦନ
ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ବିଶ୍ୱ ମହିଳା ଦିବସ ଅବସରରେ ମହିଳାମାନଙ୍କର ବିଭିନ୍ନ ସମସ୍ୟା ସମାଧାନ ପାଇଁ ତଥା ନିଶାମୁକ୍ତ ସମାଜ ଗଠନ ଦିଗରେ ଲଗାତର ସଂଗ୍ରାମ କରୁଥିବା ମହିଳାମାନଙ୍କୁ ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ(ମୋନା)’ ତରଫରୁ ଜିଲ୍ଲା କମିଟି ବୈଠକରେ ଅଭିନନ୍ଦନ ଜ୍ଞାପନ କରାଯାଇଛି । ସଭାପତି ପ୍ରଭାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା କମିଟିର ଏକ ସ୍ୱତନ୍ତ୍ର ଅଧିବେଶନରେ ଆମ ରାଜ୍ୟରେ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ମଦମୁକ୍ତ ଓଡ଼ିଶା ଦାବିରେ ରାଜ୍ୟ ପରିକ୍ରମା କରୁଥିବା ଅଭିଯାତ୍ରୀମାନଙ୍କୁ ବିଶେଷ କରି ମଦଭାଟି ଗୁଡ଼ିକ ବିରୋଧରେ ଆନ୍ଦୋଳନ କରୁଥିବା ସମଗ୍ର ପୁରପଲ୍ଲୀରେ ମହିଳା/ସ୍ୱେଛାସେବୀଙ୍କୁ ବକ୍ତାମାନେ ଧନ୍ୟବାଦ ଜଣାଇଥିଲେ । ରାଜ୍ୟ ପରିକ୍ରମା କରୁଥିବା ଏହି ଅଭିଯାତ୍ରୀମାନଙ୍କୁ କଟକର ବାଦାମବାଡ଼ି ବସଷ୍ଟାଣ୍ଡରେ ପୋଲିସ ଗାଳିଗୁଲଜ କରିବା ଓ ମାଡ଼ ମାରିବା ଘଟଣାର ସର୍ବସମ୍ମତି କ୍ରମେ ନିନ୍ଦା କରାଯାଇଥିଲା । ଏହି ସଭାରେ ସାଧାରଣ ସଂପାଦିକା ମମତା ମହାପାତ୍ର ବିଶ୍ୱମହିଳା ଦିବସର ଆଭିମୁଖ୍ୟ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ । ଆସନ୍ତା ଜିଲ୍ଲା ସମ୍ମିଳନୀ ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇ ନିର୍ବାଚନ ପରେ ମୋନାର ବାର୍ଷିକ ସମ୍ମିଳନୀ କରାଯିବାକୁ ସ୍ଥିର କରାଯାଇଥିଲା । ଏହି ବୈଠକରେ ସର୍ବଶ୍ରୀ ଉପଦେଷ୍ଟା ସୁବ୍ରତ କର, ଡ. କେଶବ ଚରଣ ପଣ୍ଡା, ଡ. କ୍ଷିତୀଶ୍ୱର ଦାଶ, ଗୌରାଙ୍ଗ ପାଣିଗ୍ରାହୀ, ପ୍ରଫୁଲ୍ଲ କୁମାର ଦାସ, ଶଶାଙ୍କ ଶେଖର ଦତ, ଅଞ୍ଜଳି ପଣ୍ଡା, ସୁକାନ୍ତିଲତା ଭକ୍ତା, ରଶ୍ମିତା ଜେନା, ସର୍ମିଷ୍ଠା ପଣ୍ଡା, ଗୀତାଞ୍ଜଳି ସିଂହ, ପ୍ରଣୀତା ମିଶ୍ର, ସ୍ମୃତି ଦାସ, କମଳାକାନ୍ତ ଦାଶ, ବେଣୁଧର ପାଳ, ଭାରତୀ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ବେହେରା, ରମେଶଚନ୍ଦ୍ର ଜେନା, ଯୋଗେଶ ଚନ୍ଦ୍ର ପ୍ରଧାନ, ଜ୍ୟୋସ୍ନା ରାୟ, ବାସନ୍ତୀ ଦେ, ଅବନ୍ତୀ ପ୍ରଧାନ, ଗୟାଧର କର, ସୁଷମା ମହାପାତ୍ର, ଶରତଚନ୍ଦ୍ର ପଣ୍ଡା, କଲ୍ୟାଣୀ ନନ୍ଦ, ତ୍ରିଦିବ କୁମାର ନାୟକ, ରାଜେନ୍ଦ୍ର ରାଉତ, ସୁଶୀଲ କୁମାର ଭକ୍ତା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ ପୂର୍ବକ କବିତାପାଠ କରିଥିଲେ ।