କିିନ୍ନର ମାନଙ୍କୁ ମହଙ୍ଗା ପଡିବ ଭିକ୍ଷା ବୃତ୍ତି
ଆକସନ ମୁଡରେ ଓଡିଶା ପୋଲିସ ଏଣିକି କିନ୍ନର ମାନଙ୍କୁ ଟ୍ରେନ ହେଉ କି ବସଷ୍ଟାଣ୍ଡ ଆଉ ନଜର ଆସିବେନି । ଏହା ଉପରେ ଏବେ କଟକଣା ଜାରି କରିଛି ପୋଲିସ । ଏହି ସବୁ ଜାଗା କୁ ସେମାନେ ଯାଇପାରିବେ ନାହିଁ କିନ୍ତୁ ଯାତ୍ରୀ ହିସାବରେ ଯାଇପାରିବେ । ଗତକାଲି ଅନୁଷ୍ଠିତ ବୈଠକରେ ରେଲୱେ ଅଧିକାରୀ ଆରପିଏଫ ରେଳବାଇ ପୋଲିସ ଏକ ମିଳିତ ବୈ÷ଠକରେ କୋଠର ନିଷ୍ପତି ଗ୍ରହଣ କରିଛନ୍ତି । ଏହା ପୂର୍ବରୁ କିନ୍ନର ମାନଙ୍କୁ ଏକ ସୁଯୋଗ ଦିଆଯିବ ସେମାନଙ୍କ ସହିତ ଆଲୋଚନା କରାଯିବ ବୋଲି ବର୍ିଷ୍ଠ ଅଧିକାରୀ ମାନେ ସୂଚନା ଦେଇଛନ୍ତି । ଦିନ କୁ ଦିନ ଟ୍ରେନ ରେ କିନ୍ନର ମାନଙ୍କର ଦୋରାତ୍ମ୍ୟ ବଢୁଥିବା ସହ ଯାତ୍ରୀ ମାନଙ୍କୁ ଡରାଇ ଧମକାଇ ଟଙ୍କା ଆଦୟ କରୁଥିବା ଅନେକ ସମୟରେ ଅଭିଯୋଗ ହୋଇଛି ଆଉ ଯେଉଁ ଯାତ୍ରୀ ମାନେ ଟଙ୍କା ନ ଦିଅନ୍ତି ସେମାନଙ୍କୁ ଟ୍ରେନ ରୁ ଠେଲି ଦେବାର ଅନେକ ସମୟରେ ନଜର କୁ ଆସିଛି । ଏ ସବୁ ଘଟଣା ଉପରେ ଲଗାମ ଲଗାଇବାକୁ ନିଷ୍ପିତି ନେଇଛି ଭାରତୀୟ ରେଳୱେ ।


