ଦଳିତଙ୍କୁ ଚପଲ ପିନ୍ଧିବା ମନା

କର୍ଣ୍ଣାଟକର ଟିପ୍ପୁର ଗ୍ରାମରେ ଦଳିତ ଶ୍ରେଣୀର ଲୋକେ ମନ୍ଦିର ଯିବା ତ ଦୂରର କଥା, ଚପଲ ପିନ୍ଧିବାକୁ ମଧ୍ୟ ଅନୁମତି ନାହିଁ । ଏଭଳି ଅମାନବୀୟ ବ୍ୟବହାର ପାଇଁ ଦଳିତମାନେ ପ୍ରଶାସନ ଉପରେ ଦୋଷ ଲଦିଛନ୍ତି । ସେମାନେ ଅଭିଯୋଗ କରି କହିଛନ୍ତି, ଦଳିତଙ୍କ ପ୍ରତି ଏଭଳି ଅଛୁଆଁ ଭେଦଭାବ ପ୍ରଶାସନ ଦେଖି ମଧ୍ୟ ଚୁପ୍ ରହୁଛି । ଏନେଇ ସେମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ବହୁ ବର୍ଷରୁ ଏଠାରେ ଅନୁସୂଚିତ ଜାତି, ଜନଜାତି ଏବଂ ଆଦିବାସୀଙ୍କୁ ଚପଲ ପିନ୍ଧିବାର ଅଧିକାର ଦିଆଯାଇନାହିଁ । ସେମାନେ କେଶ ମଧ୍ୟ ଗାଁ ଭିତରେ କାଟିପାରିବେ ନାହିଁ । ଏମାନେ ମନ୍ଦିର ମଧ୍ୟ ଯାଇପାରିବେ ନାହିଁ । କିଛି ଦିନ ତଳେ ଦଳିତ ବେରୋଜଗାର ଯୁବକଙ୍କୁ ସରକାର ଏକ ସଉଦା ଦୋକାନ କରିବାକୁ ଅର୍ଥ ଯୋଗାଇ ଦେଇଥିଲେ । କିନ୍ତୁ ସାଧାରଣ ବର୍ଗର ଲୋକେ ଏହି ଦୋକାନକୁ ଆସୁନାହାନ୍ତି । ଦଳିତମାନେ କେସ୍ କଲେ କାଉଣ୍ଟର କେସ୍ କରାଯାଉଛି । ଫଳରେ ମାମଲାର ସମାଧାନ ହୋଇପାରୁନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ