ବ୍ରାହ୍ମଣୀ ନଦୀରେ ବୁଡି ଯୁବକ ମୃତ ୧ ଗୁରୁତର
ସୁନ୍ଦରଗଡ : ବ୍ରାହ୍ମଣୀ ନଦୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବକ ଗୁରୁତର ଆହାତ ହୋଇଛି । ଦୁଇ ଜଣ ମିଶି ଗାଧୋଉଥିବା ସମୟରେ ହଠାତ୍ ପାଦ ଖସି ଯିବାରୁ ପାଣିରେ ବୁଡି ଜଣେ ମୃତୁୁ୍ୟ ବରଣ କରିଥିବାବେଳେ ଜଣେ ଗୁରୁତର ଆହାତ ହୋଇଛି ।ଆହାତ ଗୁରୁତର ଯୁବକକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତିକରିଛନ୍ତି । ମୃତକ ଜଣକ ବିହାରର ବୋଲି ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ମୃତ ଦେହ ଉଦ୍ଧାର କରିବା ସହ ଶବବେବଚ୍ଚେଦ ନିମନ୍ତେ ମେଡିକାଲକୁ ପଠାଇଛି ।