ଶାଳ ଗଛକୁ ଦେବତା ଭଳି କରାଯାଏ ପୂଜା

ଛତିଶଗଡ଼ର ବାଲ୍କୋ ବନଖଣ୍ଡ ଅଞ୍ଚଳର କାରୱା ବ୍ଲକର ସତରେଙ୍ଗା ଗାଁରେ ରହିଛି ୧୪ ଶହ ବର୍ଷର ଏକ ଶାଳ ଗଛ । ଏଠାକାର ବାସିନ୍ଦା ଏହି ଗଛକୁ ଦେବତା ଭଳି ପୂଜା କରିଥାନ୍ତି । ବିବାହ ତଥା ବିଭିନ୍ନ ପର୍ବପର୍ବାଣିରେ ଗଛ ନିକଟରେ ପୂଜା କରନ୍ତି ଗ୍ରାମବାସୀ । ଏହି ଗଛର ଉଚ୍ଚତା ୨୮ ମିଟର ଓ ଗୋଲେଇ ୨୮ଫୁଟ ୨ ଇଞ୍ଚ । ଏହାକୁ ବନଖଣ୍ଡ କର୍ମଚାରୀମାନେ ୨୦୦୬ରେ ଚିହ୍ନଟ କରିଥିଲେ । ଏହାର ବୟସ ଜାଣିବା ପାଇଁ ଗଛର କେତେକ ସଂଗୃହୀତ ନମୂନା ଡେରାଡୁନ୍ ସ୍ଥିତ ବନ ଗବେଷଣା ବିଭାଗକୁ ପଠାଯାଇଥିଲା । ଗବେଷଣାରୁ ଜଣାପଡିଥିଲା ଗଛଟିର ବୟସ ୧୪ଶହ ବର୍ଷରୁ ଅଧିକ ହେବ । ତେବେ ଶାଳ ଗଛର ଆୟୁଷ ୨ ହଜାର ବର୍ଷ ହୋଇଥାଏ ବୋଲି ଡେରାଡୁନ୍ ସ୍ଥିତ ବନ ଗବେଷଣା ବିଭାଗ ପକ୍ଷରୁ ସୂଚିତ କରାଯାଇଥିଲା । ଏହି ଗଛକୁ ଦେଖିବାକୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଆସୁଛନ୍ତି । ଆଉ ଏଠାରେ କେତେକ ମାନସିକ ପୂଜା ମଧ୍ୟ କରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ