ଓଡ଼ିଶାରେ ଖୁବଶୀଘ୍ର ନୂଆ ଶିଳ୍ପ ନୀତି
ଭୁବନେଶ୍ୱର: ଓଡ଼ିଶା ସରକାର ଖୁବଶୀଘ୍ର ଶିଳ୍ପ ନୀତି ୨୦୨୦ କୁ ପ୍ରଣୟନ କରିବ ବୋଲି ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଇଣ୍ଡିଆନ ଚାମ୍ପର ଅଫ କମର୍ସ (ଆଇସିସି) ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ ସେ କହିଛନ୍ତି ଯେ, ୨୦୧୬ ରେ ପ୍ରଣୟନ ହୋଇଥିବା ଶିଳ୍ପନୀତି ସ୍ଥାନରେ ଏହି ନୂତନ ନୀତି ଲାଗୁ କରାଯିବ । ଖାଦ୍ୟ ପ୍ରକ୍ରିୟାକରଣରେ ନିବେଶ ପାଇଁ ଓଡ଼ିଶା ପସନ୍ଦର ରାଜ୍ୟ ଭାବେ ଉଭା ହୋଇଛି ବୋଲି ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି । ରାଜ୍ୟରେ ଆଗାମୀ ୫-୬ ମାସ ଭିତରେ ଏକ କଦଳୀ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରାଯିବ ବୋଲି କେଭେଟିନ ଆଗ୍ରୋ ଲିମିଟେଡର ସିଇଓ ସୁନୀଲ କାଜାରିଆ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଶିଳ୍ପ ନିର୍ଦ୍ଦେଶକ ରେଘୁ ଜି, ଆଇସିସି ଓଡ଼ିଶାର ଉପାଧ୍ୟକ୍ଷ ଜେ ବି ପାଣି ଓ ଅନ୍ୟମାନେ ଅଂଶ ଗ୍ରହଣ କରିଥିଲେ


