ବାଇକ ଧକ୍କାରେ କନେଷ୍ଟବଳ ଆହତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ଖଜୁରୀପଡା ଥାନା ଅନ୍ତର୍ଗତ ଗଡ଼ପଦର ଠାରେ ପ୍ରସାସନ ତରଫରୁ କରୋନା କଟକଣା ଆରମ୍ଭରୁ ଯାନବାହାନ ଯାଞ୍ଚ ପାଇଁ କନ୍ଧମାଳ ଜିଲ୍ଲା ପ୍ରବେଶ ପଥ ରେ ନାକା ପୋଷ୍ଟ ନିର୍ମାଣ କରି ୨୪ ଘଣ୍ଟିଆ ଯାଞ୍ଚ ପ୍ରକ୍ରିୟା କୁ ବଳବତ୍ତର କରିଛନ୍ତି।ସେଠାରେ ପୋଲିସ ବିଭାଗ ସହ ଜଙ୍ଗଲ ବିଭାଗ ଶିକ୍ଷା ବିଭାଗ ଏବଂ ରାଜସ୍ବ ବିଭାଗ କର୍ମଚାରୀ କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଫୁଲବାଣୀ ଆଦର୍ଶ ଥାନା ତଥା ଫୁଲବାଣୀ ସହରର ଦୁଇ ମଦ୍ୟପ ବାଇକ୍ ଆରୋହୀ ଦ୍ରୁତଗତି ରେ ଆସି ଗ୍ରୁହରକ୍ଷୀ ସାଗର ଦେହୁରୀ ଙ୍କୁ ଧକ୍କା ଦେଇଥିଲେ। ଫଳରେ ସାଗର ଙ୍କ ବାମ ଗୋଡ଼ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ତାଙ୍କୁ ପ୍ରଥମେ ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ଏବଂ ପରେ ଭୂବନେଶ୍ୱର ସ୍ଥିତ କିମସ୍ ହସପିଟାଲ କୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି।ସାଗର ଦେହୁରୀ ଜଣେ ସ୍ୱଳ୍ପ ବେତନରେ ଗ୍ରୁହରକ୍ଷୀ ଚାକିରି କରୁଥିବା ବେଳେ ପରିବାର ତରଫରୁ ବହୁମୂଲ୍ୟ ଚିକିତ୍ସା କରିବାକୁ ସକ୍ଷମ ନାହାଁନ୍ତି।କରେନା ମୁକାବିଲା ପାଇଁ କର୍ତ୍ତବ୍ୟ ସ୍ଥଳରେ କାର‌୍ୟ୍ୟ ସମ୍ପାଦନ ସମୟରେ ଦୁର୍ଘଟଣା ହୋଇଥିବା କାରଣ ରୁ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତୁ ବୋଲି ସାଗର ଦେହୁରୀ ଙ୍କ ପରିବାର ଏବଂ ସ୍ଥାନୀୟ ଜନସାଧାରଣ ବୁଦ୍ଧିଜୀବୀ ମହଲରେ ଦାବୀ କରିଛନ୍ତି କ୍ଷ ସେହିଭଳି ଖଜୁରୀପଡ଼ା ପୋଲିସ ଦୁଇ ମଦ୍ୟପ ବାଇକ୍ ଆରୋହୀ ଙ୍କୁ ଗିରଫ କରିଥିବା ବେଳେ ୪୦/୨୦ ରେ ମାମଲା ରୁଜୁ ସହ ବାଇକ୍ ଜବତ କରିଥିବା ସୁଚନା ଏଏସଆଇ ଶୁସିଲ କୁମାର ବେହେରା ସୁଚନା ପ୍ରଦାନ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ