ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ବିପ୍ଲବୀ କବି ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ଆନୁକୁଲ୍ୟରେ ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ସାମାଜିକ ଦ୍ୱରତା ରକ୍ଷା ପୂର୍ବକ ପୂର୍ବତନ ସାଂସଦ ତଥା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ଭବାନୀ ଚରଣ ପଟ୍ଟନାୟକଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିପ୍ଲବୀ କବି ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ରମଣୀରଞ୍ଜନ ରାଉତରାୟ, ସେକ ଅଜିମୁଦ୍ଦିନ, ଗଗନବିହାରୀ ଜେନା, ରମାକାନ୍ତ ସ୍ୱାଇଁ, ମନୋଜ କୁମାର ସାହୁ, ନିରଞ୍ଜନ ବଳ, ଅଧ୍ୟାପକ ଅଜୟ ସାମଲ, ଶିକ୍ଷକ ପାର୍ଥସାରଥୀ ବେହେରା, ଆଶିଷ ସେନାପତି, ଧିରେନ୍ଦ୍ର କୁମାର ଦାସ, କିଶୋର ପ୍ରଧାନ, ଅମୀୟ କୁମାର ନାୟକ, ରାକେଶ କୁମାର ମିଶ୍ର, ନନ୍ଦିନୀ ସ୍ୱାଇଁ, ସତ୍ୟବ୍ରତ ସିଂ, ଗୋଲକ କୁମାର ସେଠୀ, ନୃସିଂହ ମଲ୍ଲିକ, ସେକ ୟୁସୁଫ ପ୍ରମୁଖ ଯୋଗଦେଇ ସଂଗ୍ରାମୀ ସୂର୍ଗତ ପଟ୍ଟନାୟକଙ୍କ ସ୍ମୃତିଚାରଣ କରି ତାଙ୍କ ଭଳି ସଂଗ୍ରାମୀ, ରାଜନେତା ବିରଳ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଥମେ ସୂର୍ଗତ ପଟ୍ଟନାୟକଙ୍କ ବିୟୋଗରେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ