୧୪ ବର୍ଷ ପିଲାର ୨୨ ଲିଟର ରକ୍ତ ପିଇଗଲେ ଜିଆ
ଆଜିକାଲି ଏମିତି ସବୁ ରୋଗ ହେଉଛି, ଯାହା ଚିହ୍ନିବା ଜାଣିବା କଷ୍ଟକର ହୋଇପଡୁଛି । ଏକ ବଡ ରୋଗ କାରଣରୁ ଦୁଇ ବର୍ଷରେ ଜଣେ ୧୪ ବର୍ଷର ପିଲା ଦେହରୁ ୨୨ ଲିଟର ରକ୍ତ ଚାଲିଯାଇଥିବାର ଜଣାପଡିଛି । ମିଳିଥିବା ତଥ୍ୟ ଅନୁସାରେ ଜଣେ ୧୪ ବର୍ଷର ପିଲାକୁ ଦୁଇ ବର୍ଷ ହେବ ଏକ ବଡ ରୋଗ ହୋଇଛି । ଏହି ରୋଗ କାରଣରୁ ବାରମ୍ବାର ପିଲାର ହିମୋଗ୍ଲୋବିନର ମାତ୍ରା କମିଯାଉଥିଲା । ବାରମ୍ବାର ରକ୍ତ ଦେବାକୁ ପଡୁଥିଲା । କାରଣ କ’ଣ ଜଣାପଡୁନଥିଲା । ରକ୍ତ ଯାଉଛି କୁଆଡେ ଭାବି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଦୁଇ ବର୍ଷର ପିଲାଟେ ଦେହରୁ ୨୨ ଲିଟର ରକ୍ତ ଚାଲିଯାଇଥିଲା । ଶେଷରେ ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲର ଡାକ୍ତର କ୍ୟାପସୁଲ ଏଣ୍ଡୋସ୍କୋପି କରିବାକୁ ନିଷ୍ପତ୍ତି ନେଇଥିଲେ । କ୍ୟାପସୁଲ ଏଣ୍ଡୋସ୍କୋପ ପରେ ଏହି ମାମଲା ସାମ୍ନାକ୍ୁ ଆସିଥିଲା । ପରେ ଯେଉଁ କଥା ସାମ୍ନାକୁ ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପିଲାର ପେଟ ଭିତରେ ହଜାର ହଜାର ଜିଆ ଥିଲେ, ଯେଉଁମାନେ ଲଗାତର ଭାବେ ରକ୍ତ ଶୋଷୁଥିଲ । ଗଙ୍ଗାରାମ ହସ୍ପିଟାଲର ଗ୍ୟାଷ୍ଟ୍ରୋଲୋଜି ବିଭାଗର ପ୍ରମୁଖ ଡାକ୍ତର ଅନୀଲ ଅରୋରା କହିଛନ୍ତି ଏହି କାରଣରୁ ପିଲାର ହିମୋଗ୍ଲୋବିନ ହ୍ରାସ ପାଇ ୫.୮୬କୁ ଆସି ଯାଇଥିଲା । ବାସ୍ତବରେ ଏହା ୧୩.୫ ଓ ୧୭.୫ ମଧ୍ୟରେ ରହିବା ଦରକାର । ତା’ପରେ ଔଷଧ ଦେଇ ଏଥିରୁ ମୁକ୍ତି ମିଳିଥିଲା ।


