ଅମ୍ଫାନର ପ୍ରସ୍ତୁତି ନେଇ ଜନସ୍ୱାସ୍ଥ୍ୟ ଓ ସେସୁ ଅଧିକାରୀଙ୍କ ସମୀକ୍ଷା
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ବାତ୍ୟା ଅମ୍ଫାନର ପ୍ରସ୍ତୁତି ସମ୍ପର୍କରେ ଆଜି ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହିତ ସେସୁର କେନ୍ଦ୍ରାପଡା ନିର୍ବାହୀ ଯନ୍ତ୍ରୀ ଇଂ ସିମିତ ଦାସ , ମାର୍ଶାଘାଇ ସେସୁ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ୍ତ କୁମାର ଦାସ, ଜନସ୍ୱାସ୍ଥ୍ୟ ସବ ଡିଭିଜନର ସହକାରୀ ଯନ୍ତ୍ରୀ ଜନ୍ମେଜୟ ନାୟକ, ଅଧିକ୍ଷଣ ଯନ୍ତ୍ରୀ ଇଂ ହାଡିବନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ମୁକାବିଲା କରିବା ଓ ବାତ୍ୟା ପରେ ତୁରନ୍ତ ଛିନ୍ନ ହୋଇପଡିଥିବା ବିଦ୍ୟୁତ ସରବରାହକୁ ସଜାଡିବା ଏବଂ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାତ୍ୟା ପରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସୁନିୟନ୍ତ୍ରୀତ କରିବା ପ୍ରଭୃତି ସମ୍ପର୍କରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ପରିଡା ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ବାତ୍ୟା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେବା ସହ ସଠିକ ସମୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ ।


