କ୍ଷତିଗ୍ରସ୍ତ ଚାଷୀ ଙ୍କୁ ମିଳୁନି ସହାୟତା
ରାଇକିଆ, (ଓ୍ବାଇଏନ୍ଏସ୍):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ରେ ଗତ କିଛି ଦିନ ଧରି କାଳବୈଶାଖୀ ବର୍ଷା ଏବଂ କୁଆ ପଥର ମାଡ଼ ଯୋଗୁଁ ଚାଷୀ କ୍ଷତି ଗ୍ରସ୍ତ ହୋଇଛନ୍ତି । ବିଶେଷ କରି ସୁଗଡବଡ଼ି ପଞ୍ଚାୟତ ର ଡିବାରି, ଲେଙ୍ଗୁମହା, ଡଲକମହା ଗ୍ରାମ ର ଚାଷୀ ଅଧିକା କ୍ଷତି ସହିଛନ୍ତି ।ଏହି ପଞ୍ଚାୟତ ର ୪୦ ରୁ ଅଧିକା ଚାଷୀଙ୍କର ୧୦୦ ରୁ ଅଧିକ ଏକର ଜମି ରେ ଫୁଲ କୋବି, ବିନସ, ବାଇଗଣ, ମକା, ମୂଳା, କଞ୍ଚା ଲଙ୍କା ବହୁ ପରିମାଣ ରେ ନଷ୍ଟ ହୋଇ ଥିବା ବିରେନ୍ଦ୍ର ନାୟକ କପିଳ ବେହେରା, ତରସ ପ୍ରଧାନ, ଗୁଣ୍ଡିଚା ନାୟକ, ପଞ୍ଚାନନ ପ୍ରଧାନ ପ୍ରମୁଖ କହିଛନ୍ତି । ଏ ନେଇ ଚାଷୀ ମାନେ ଲିଖିତ ଭାବେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଙ୍କୁ ଜଣାଇଥିବା ମଧ୍ୟ କହିଛନ୍ତି । ସେମାନେ ବିଭିନ୍ନ ବ୍ୟାଙ୍କ୍ ରୁ ଋଣ ଆଣି ଚାଷ କରି ଥିବା ବେଳେ କ୍ଷତି ଯୋଗୁଁ ଚାଷୀଙ୍କ ଚିନ୍ତା ବଢ଼ିଛି ।


