ଡାକ୍ତର ନାଁରେ କଳଙ୍କ, ଡ୍ରାଇଭରକୁ ୨୪ ଖଣ୍ଡ କରି ଫିଙ୍ଗିଲେ ଏସିଡ ଡ୍ରମରେ
ଭୋପାଳ: ହିଂସ୍ରର ପରିଚୟ ଦେଲେ ଜଣେ ଡାକ୍ତର | ନିଜ ଡ୍ରାଇଭରକୁ ହତ୍ୟା ଲକରିବା ପରେ ୨୪ ଖଣ୍ଡ କରିବା ପରେ ତାକୁ ଏସିଡ ଡ୍ରମରେ ପକାଉଥିବାର ଅଭିଯୋଗ ହୋଇଛି | ଏପରି ଲୋମହଂସକାରୀ ଘଟଣା ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଘଟିଛି | ଏହି ଅଭିଯୁକ୍ତ ସରକାରୀ ଡାକ୍ତର ଜଣଙ୍କ ହେଉଛନ୍ତି ଆନନ୍ଦ ନଗରର ୫୮ ବର୍ଷିୟ ସୁନୀଲ ମନ୍ତ୍ରୀ |ଏବଂ ମୃତ୍ୟୁବରଣ କରିଥିବା ଡ୍ରାଇବର ଜଣଙ୍କ ହେଉଛନ୍ତି ୩୦ ବର୍ଷିୟ ବୀରୁ ପଚୌରି | ଏହି ହତ୍ୟା କରିବା ପଛର କାରଣ ହେଉଛି ଡାକ୍ତର ଜଣଙ୍କ ନିଜ ଡ୍ରାଇଭରର ସ୍ତ୍ରୀଙ୍କ ସହ ଅଭୈଧ ସମ୍ପର୍କ ରଖିବା ବେଳେ ଡ୍ରାଇଭର ଜଣଙ୍କ ଦେଖିଦେଇଥିଲା | ଫଳରେ ଲୋକଲଜ୍ଜ୍ୟକୁ ଡରି ଡାକ୍ତର ଜଣଙ୍କ ଏପରି କରିଥିବାର ସେ ନିଜେ ପୁଲିସ ସମ୍ମୁଖରେ ସ୍ବୀକାର କରିଛନ୍ତି |
ସୂଚନାନୁଯାୟୀ, ୨୦୧୭ରେ ଏପ୍ରିଲ୍ ମାସରେ ଡାକ୍ତରଙ୍କ ପତ୍ନୀର ମୃତ୍ୟୁ ଘଟିଥିଲା । ତାଙ୍କର ଜଣେ ୨୬ ବର୍ଷିୟ ପୁଅ ଓ ୨୩ ବର୍ଷୀୟ ଝିଅ ଉଭୟ ମୁମ୍ବାଇରେ କାମ କରନ୍ତି । ତେବେ ପତ୍ନୀ ମୃତ୍ୟୁପରେ ଡାକ୍ତରଙ୍କର ସମ୍ପୃକ୍ତ ମହିଳାଙ୍କ ସହ ସମ୍ପର୍କ ଗଢି ଉଠିଥିଲା | କିଛି ଦିନ ଏପରି ଚାଲିବା ପରେ ଥରେ ଡ୍ରାଇଭର ଜଣଙ୍କ ଏକଥା ଜାଣି ନେଇତିଲେ | ତାପର ଠାରୁ ଡ୍ରାିଭର ଜଣଙ୍କ ଉଭୟଙ୍କୁ ବ୍ଲାକମେଲ କରିବା ସହ ଡାକ୍ତରଙ୍କ ଠାରୁ ପଇସା ଲୁଟୁଥିଲା | ଏଥିରେ ଉତକ୍ଷିପ୍ତ ହୋଇ ଡାକ୍ତର ଜଣଙ୍କ ଡ୍ରାଇବରକୁ ଏକ ନିଶା ଇଞ୍ଜେକ୍ସନ ଦେଇ ଏକ ଧାରିଆ ଅସ୍ତ୍ରରେ ଚବିଶି ଖଣ୍ଡ କରିଦେଇଥିଲେ | ହେଲେ ଶେଷରେ ସେ ପୁଲିସ ହାତରେ ଧରା ପଡି ଯାଇଥିଲେ |