ପ୍ରବାସୀ ମହିଳାଙ୍କ ପାଇଁ ସଂଘରୋଧ ଗୃହକୁ ପୂଜା ସାମଗ୍ରୀ ଦେଲେ ସରପଞ୍ଚ
ଶେରଗଡ, (ଦେବୀ ପ୍ରସାଦ ଦାଶ):କୋରାନା ମହାମାରୀ ଯୋଗୁଁ ସାରାବିଶ୍ୱରେ ଆତଙ୍କ ଦେଖାଦେଇଛି ।ତେଣୁ ବିଭିନ୍ନ କର୍ମ କ୍ଷେତ୍ର ସହ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ସାମାଜିକ ଦୂରତ୍ବକୁ ଗୁରୁତ୍ୱ ଦେଇଛି ପ୍ରଶାସନ ଓଡିଶାରେ ବାର ମାସରେ ତେର ଯାତରା ସେଥିମଧ୍ୟରୁ ସାବିତ୍ରୀ ଓଷା ଅନ୍ୟତମ ବିବାହିତ ମହିଳା ମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ପୂଜା କରିଥାନ୍ତି ।କିନ୍ତୁ କୋରାନା ଯୋଗୁଁ ପ୍ରବାସୀ ଓଡିଆ ମହିଳା ମାନେ ବାହାରୁ ଆସି ସଂଘରୋଧ ଗୃହରେ ରହୁଥିବା ହେତୁ ଏ ବର୍ଷ ସାବିତ୍ରୀ ଅମାବାସ୍ୟା କରିପାରିବେ ନାହିଁବୋଲି ମନ ଦୁଃଖ କରୁଥିଲେ ଠିକ୍ ଏହି ସମୟରେ ଶେରଗଡ ବ୍ଳକ ର ଡେଙ୍ଗାପଦର ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ ରାମକୃଷ୍ଣ ପୋଲାଇ ଓ ବ୍ରାହ୍ମଣଛାଇ ସରପଞ୍ଚ ଓ ସମିତିସଭ୍ୟ ମଣ୍ଟୁ ଖଣ୍ଡୁଆଳ ସଂଘରୋଧ କେନ୍ଦ୍ର ରେ ପହଞ୍ଚିବା ସହ ସମସ୍ତ ମହିଳା ମାନଙ୍କୁ ପୂଜା ସାମଗ୍ରୀ ଦେବା ସହ ନୁତନ ଲୁଗା ମଧ୍ୟ ପ୍ରଦାନ କରି ସାବିତ୍ରୀ ପୂଜାର ସମସ୍ତ ସୁବନ୍ଦୋବସ୍ତ କରିଥିଲେ ମହିଳା ମାନେ ପୂଜା କରିବାର ସୁଯୋଗ ପାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ


