ରେଳରାସ୍ତା କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ବିହାର ପଠାଗଲା

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ହରିଦାସପୁର – ପାରାଦୀପ ରେଳରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ବିହାର ରାଜ୍ୟର ପୂର୍ଣ୍ଣିଆ ଜିଲ୍ଲାରୁ ଶ୍ରମିକମାନେ ଆସି କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିଲେ । କରୋନା ଜନିତ ଲକ ଡାଉନ ଜାରି ହେବା ପରେ ସେହି ଶ୍ରମିକମାନଙ୍କୁ ଓଡିଶା ଆଣିଥିବା ବିହାର ରାଜ୍ୟର ଠିକାଦାର ଶ୍ରମିକମାନଙ୍କ କଥା ବୁଝିନଥିଲେ । ଗତ ଗୁରୁବାର ଅପରାହ୍ନରେ ୫ନମ୍ବର(କ) ଜାତୀୟ ରାଜପଥରେ ମାର୍ଶାଘାଇ ଆଡୁ ଚାଲି ଚାଲି ଚାଲି ଆସୁଥିବା ବେଳେ ଗୋପଛକ ନିକଟରେ କେତେକ ସମାଜସେବୀ ସେମାନଙ୍କୁ ଭେଟି ଶୁଖିଲା ଖାଦ୍ୟ ଖାଇବାକୁ ଦେଇଥିଲେ । ଏସମ୍ପର୍କରେ ଜିଲ୍ଲାପାଳ ସମର୍ଥ ବର୍ମା ଖବର ପାଇ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ପଠାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ରାଉତ ଗୋପଛକରେ ପହଁଚି ପ୍ରାୟ ୬୦ଜଣ ବିହାରୀ ଶ୍ରମିକଙ୍କୁ ବସଯୋଗେ ପ୍ରଥମେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରକୁ ଆଣିଥିଲେ । ଶ୍ରମିକମାନଙ୍କୁ ପ୍ରାଥମିକ ପରୀକ୍ଷା କରାଯାଇ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା । ଆଜି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନରହରି ସେଠୀଙ୍କ ଉଦ୍ୟମରେ ସେହି ଶ୍ରମିକମାନଙ୍କୁ ସୁନାଦେଉଳ ଓ ପ୍ରିନ୍ସ ନାମକ ୨ଟି ବସ ଯୋଗେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବିହାର ରାଜ୍ୟର ପୂର୍ଣ୍ଣିଆ ଜିଲ୍ଲାକୁ ପଠାଇ ଦିଆଯାଇଥିବା ଅତିରିକ୍ତ ଜିଲ୍ଲାପାଳ ସେଠୀଙ୍କ ଠାରୁ ସୂଚନା ମିଳିଛି ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ