ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ବୁଲିଲେ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଶନିବାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା, ଭରତପୁର ପ୍ରଭୃତି ପଂଚାୟତର ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ବୁଲି ସେହି ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀମାନଙ୍କୁ ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ସାମାଜିକ ଦ୍ୱରତ୍ୱ ରକ୍ଷାକରି ସଙ୍ଗରୋଧ କେନ୍ଦ୍ର ବାହାରୁ ଅନ୍ତେବାସୀମାନଙ୍କ ସହିତ କଥାବର୍ତ୍ତା ହୋଇ ସେମାନଙ୍କ ବିଷୟରେ ପଚାରି ବୁଝିଥିଲେ । ଏଥିସହିତ ସଂପୃକ୍ତ ପଂଚାୟତର ସରପଂଚମାନଙ୍କୁ ଅନ୍ତେବାସୀମାନଙ୍କ ଉପଯୁକ୍ତ ଯତ୍ନ ନେବା ଓ ସେମାନଙ୍କୁ ସଠିକ ସମୟରେ ଖାଦ୍ୟ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ବେହେରାଙ୍କ ସହିତ ସରପଂଚ ବସନ୍ତ କୁମାର ରାଉତ,ସମିତିସଭ୍ୟ ଶିବ ପ୍ରସାଦ ବିଶ୍ୱାଳ,ସରପଂଚ ଜୀନତ ପ୍ରିୟଦର୍ଶିନୀ ରାଉତ,ଶାରଦା ପ୍ରସନ୍ନ ରାଉତ ପ୍ରମୁଖ ଏହି ସଙ୍ଗରୋଧ କେନ୍ଦ୍ର ଗସ୍ତ ସମୟରେ ଉପସ୍ଥିତ ଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ