ବନ୍ତ ବ୍ଲକରେ ବିଜେପି ପକ୍ଷରୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ

ବନ୍ତ, (ଚାନ୍ଦିନୀ ମହାନ୍ତି) : କରୋନା ମୁକାବିଲା ସେବା କାର୍ଯ୍ୟର ୫୪ ଦିନରେ ବିଜେପି ପକ୍ଷରୁ ବନ୍ତ ବ୍ଲକର ଗଣିଜାଙ୍ଗ, ଛୟାଳସିଂ ଓ ଟିଲୋ ପଞ୍ଚାୟତର ଆଦିବାସୀ ଓ ଅସହାୟ ପରିବାରଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ଓ ସାବୁନ୍ ବଣ୍ଟନ କରାଯାଇଛି । ଏଥିସହିତ କରୋନା ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ ରଖି ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଗଣିଜାଙ୍ଗ ପଞ୍ଚାୟତର ହାସିନପୁର, ଗଣିଜାଙ୍ଗ ଓ ବଗଦା କାଶିପୁରର ଆଦିବାସୀ ସାହିରେ ଶୁଖିଲା ଖାଦ୍ୟ, ମାସ୍କ ଓ ଅସହାୟ ମାନଙ୍କୁ ଶାଢୀ ବଣ୍ଟନ କରାଯାଇଥିଲା । ସେହିପରି ଛୟାଳସିଂ ପଞ୍ଚାୟତର ଛୟାଳସିଂ ଓ ଆମ୍ବଗଢିଆ ଆଦିବାସୀ ସାହି ଏବଂ ଟିଲୋ ପଞ୍ଚାୟତର ଦେବତାଗଢିଆ ଆଦିବାସୀ ସାହିରେ ଶୁଖିଲା ଖାଦ୍ୟ, ମାସ୍କ ଓ ସାବୁନ୍ ବଣ୍ଟନ କରାଯାଇଥିଲା । ବିଜେପି ନେତା ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ନବ କିଶୋର ବଳ, ପଙ୍କଜିନୀ ଲେଙ୍କା, ମନୋଜ ବିଶ୍ୱାଳ, ସୁଦର୍ଶନ ପାଢୀ, ସତ୍ୟ ବାରିକ, ନିରାକାର ବାରିକ, ନିରଞ୍ଜନ ପାଢୀ, ରାଜେନ୍ଦ୍ର ପଣ୍ଡା, ଜିତେନ ନାଥ, ଯଶୋବନ୍ତ ସାହୁ, ସୁକାନ୍ତ ମୁଦୁଲି ସହଯୋଗ କରିଥିଲେ । ଏହି ଅବସରରେ ଟିଲୋ ଠାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଶ୍ରୀ ଧଳ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧର୍ିତ କରିଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ