ଦୁଇ ଦିନରେ ଫେରିଲେ ୧୧୩ ପ୍ରବାସୀ ଓଡିଆ
ମୋହନା, (ଅଂଶୁମାନ ପଣ୍ଡା):ପ୍ରତ୍ୟେକ ଦିନ ଶହ ଶହ ଲୋକେ ନିଜ ନିଜ ରାଜ୍ୟକୁ ଟ୍ରେନ, ବସ, ସାଇକେଲ, ଚାଲି ଚାଲି ଫେରୁଛନ୍ତି କିଏ ତ ବିଭିନ୍ନ ସୁବିଧା ସହଯୋଗ ପାଇ ଆସୁଛନ୍ତି ତ କିଏ ଦୁଃଖ କଷ୍ଟରେ ନିଜ ଗାଁକୁ ଫେରୁଛନ୍ତି । ସେପରି ମୋହନା ବ୍ଳକକୁ ବର୍ତମାନ ସୁଦ୍ଧା ୮୩୪ ଜଣ ପ୍ରବାସୀ ଓଡିଆ ଫେରିଥିବା ବେଳେ ଦୁଇ ଦିନ ମଧ୍ୟରେ ୧୧୩ ଜଣ ଫେରିଛନ୍ତି । ସେମାନେ ତାମିଲନାଡୁ ମହାରାଷ୍ଟ୍ର, ହାଇଦ୍ରାବଦ, ଆନ୍ଧ୍ରା, ଆଦି ଅଂଚଳରୁ ଫେରିଛନ୍ତି ସେମାନଙ୍କୁ ଜଗନ୍ନାଥପୁର ଷ୍ଟେସନରୁ ସ୍ୱତନ୍ତ୍ର ବସ ଯୋଗେ ମୋହନା ବ୍ଳକ ପ୍ରଶାସନ ଆଣି ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଲେମ୍ବାପଙ୍କା, ଚାନ୍ଦିପୁଟ, କଂଟାହୁରୁ, ଆଦି ଅଂଚଳରେ ଥିବା କ୍ୱାରେଂନଟାଇନ ଗୃହରେ ଛଡା ଯାଇଛି ବୋଲି ବ୍ଲକ ପ୍ରଶାସନ ତରଫରୁ ବିିଡଓ ବଂଶୀଧର ଖୋସଲା କହିଛନ୍ତି ।


