ଇଲେକ୍ଟ୍ରି ମଟର ଚୋରି ହୋଇଥିବା ଥାନାରେ ଲିଖିତ ଅଭିଯୋଗ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ଥାନା ଅନ୍ତର୍ଗତ ଓଡପଏଙ୍ଗା ଗ୍ରାମର ବିଜୟ ବାରିକଙ୍କ ଗାଧୁଆ ଘରୁ ଇଲେକ୍ଟ୍ରି ମଟର ଚୋରି ହୋଇଥିବା ବିଜୟ ନାଉଗାଁ ଥାନାରେ ମଙ୍ଗଳବାର ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ସୋମବାର ବିଳମ୍ବିତ ରାତିରେ କୁକୁର ଭୋକିବାରୁ ମୋ ବୋହୁ ଉଠି କବାଟ ଖୋଲି ଦେଖିଲା ବେଳକୁ ୪ ରୁ ୫ ଜଣ ଆମ ଘର ପାଖରୁ ଦୌଡି ପଳାଉଛନ୍ତି । ଏହି ସମୟରେ ଆମେ ଦୌଡି ଯାଇ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରି ପକାଇଥିଲୁ । ଧରିଥିବା ବ୍ୟକ୍ତି ଜଣଙ୍କ ଘୋଡାଂଶ ଗ୍ରାମର ମନ୍ଥନ ମଲ୍ଲିକ । ଧରିବା ସମୟରେ ସେ ଆମ ହାତରୁ ଖସି ପଳାଇ ଯାଇଥିଲା । ଯିବା ସମୟରେ ତା ପକେଟରେ ଥିବା ଏକ ମୋବାଇଲ ଫୋନଟି ତଳେ ପଡିଯାଇଥିଲା । ଉକ୍ତ ଫୋନଟି ମନ୍ଥନ ମଲ୍ଲିକର ବୋଲି ଜଣାଯାଇଛି । ବାହାରୁ ଆସି ଆମେ ଆମ ଗାଧୁଆ ଘର ଦେଖିଲା ବେଳକୁ ଘରେ ଥିବା ଇଲେକ୍ଟ୍ରି ମଟରଟି ନାହିଁ । କେବଳ ଆମ ଇଲେକ୍ଟ୍ରି ମଟର ନୁହେଁ ଉକ୍ତ ଅଂଚଳରେ ଦୀର୍ଘ ଦିନ ହେବ ଇଲେକ୍ଟ୍ରି ମଟର ସହିତ ଗ୍ୟାସ ଟାଙ୍କି ବାରମ୍ବାର ଚୋରି ହେଉଛି । ତେଣୁ ଏହାର ସଠିକ ତଦନ୍ତ କରାଯାଇ ସକ୍ରିୟ ଥିବା ଚୋରି ର୍ୟାକେଟକୁ ଠାବ କରାଗଲେ ଚୋରି ଯାଉଥିବା ଅନେକ ତଥ୍ୟ ପଦାକୁ ଆସିପାରିବ ବୋଲି ଅଭିଯୋଗରେ ଦର୍ଶାଯାଇଛି । ଏ ବିଷୟରେ ନାଉଗାଁ ଥାନା ଆଇଆଇସି ଗୋବର୍ଦ୍ଧନ ସାହୁଙ୍କୁ ପଚାରିବାରୁ ତଦନ୍ତ ଜାରି ରହିଛି ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।


