ସଙ୍ଗରୋଧ କେନ୍ଦ୍ରର ପରିଚାଳନାକୁ ନେଇ ପ୍ରଶଂସା

କୋଣାର୍କ(ଗଣେଶ ଚନ୍ଦ୍ର ବେହେରା): ବର୍ତ୍ତମାନ ଯଦି ମନୁଷ୍ୟ ସମାଜକୁ ଚିନ୍ତାଶୀଳ,ଭୟଭୀତ ଓ ଛୁଆଁ ,ଅଛୁଆଁ ମନୋଭାବ ସୃଷ୍ଟି କରିଛି ସେ ଆଉ କିଛି ନୁହେଁ ଗତ ୬ ମାସ ଧରି ସମଗ୍ର ପୃଥିବୀ କୁ ନିଜ ଅକ୍ତିଆର କୁ ନେଇଥିବା ମହାମାରୀ କରୋନା । ତେବେ ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି ଏହି କରୋନାର କୌଣସି ଟୀକା ଆଜିପର୍ଯ୍ୟନ୍ତ ବାହାରି ନାହିଁ କେବଳ ସଙ୍ଗରୋଧ ଦ୍ଵାରା ହିଁ ଏହାକୁ ପ୍ରତିହତ କରିହେବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ବର୍ତମାନ ସୁଦ୍ଧା ରାଜ୍ୟ ବାହାରୁ ପାଖାପାଖି ୩ ଲକ୍ଷ ରୁ ଅଧିକ ପ୍ରବାସୀ ଓଡ଼ିଆ ସରକାର ଙ୍କ ସହାୟତାରେ ରାଜ୍ୟ କୁ ଆସିସାରିଲେଣି । ଏମାନଙ୍କ ପାଇଁ ସରକାରଙ୍କ ତରଫରୁ ମୋଟା ଅଙ୍କର ଅର୍ଥଖର୍ଚ୍ଚ କରାଯାଇ ସବୁ ପଂଚାୟତରେ ସଂଗରୋଧ କେନ୍ଦ୍ର ମାନ ଖୋଲାଯାଇ ସରପଂଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯାଇଛି । କୋଣାର୍କ ର ତରକୋର ,ସୁତନ ଓ ବନାଖଣ୍ଡି ଗ୍ରାମପଞ୍ଚାୟତ ରେ ପ୍ରବାସୀ ମାନଙ୍କ ପାଇଁ ହୋଇଥିବା ସଂଗରୋଧ କେନ୍ଦ୍ରର ପରିଚାଳନକୁ ନେଇ ସମଗ୍ର କୋଣାର୍କ ଅଂଚଳରେ ଉଚ୍ଚ ପ୍ରସଂଶା ମିଳୁଛି । ତରକୋର ପଂଚାୟତ ରେ ୪୯ ପୁରୁଷ, ୯ ଜଣ ମହିଳା , ସୁତନ ରେ ୮ ପୁରୁଷ ଓ ବନାଖଣ୍ଡି ରେ ୩୩ ଜଣ ପୁରୁଷ ଓ ୩ ଜଣ ମହିଳାଙ୍କୁ ନେଇ ସଙ୍ଗରାଧ କେନ୍ଦ୍ର ଚାଲୁଅଛି । ଏହି ପଂଚାୟତମାନଙ୍କରେ ଥିବା ସରପଂଚ ମାନେ ସରକାର ନିୟମ କୁ ସଠିକ ଭାବେ ପାଳନ କରି ଉଚ୍ଚ ମାନର ଖାଦ୍ୟ ପ୍ରବାସୀ ମାନକୁ ପ୍ରଦାନ କରୁଛନ୍ତି । ଏଠାରେ ଥିବା ସମସ୍ତ ପ୍ରବାସୀ ବେଶ ଖୁସିରେ ଥିବା ଜଣାପଡିଛି । ସରପଂଚ ମନଙ୍କ ର ଏହି ପରିଚାଳନା ପ୍ରକ୍ରିୟାକୁ ଅଞ୍ଚଳରେ ରେ ବେଶ ପ୍ରସଂଶା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ