ମହରଗରୁ କାନ୍ତାରରେ ଆମ ପ୍ରବାସୀଶ୍ରମିକ
ମାୟାଧର ନାୟକ
ଭାରତ ସରକାର କରୋନା ମହାମାରୀ ପାଇଁଲକ୍ଡାଉନ୍ ଚତୁର୍ଥ ପର୍ଯ୍ୟାୟରେ ସବୁଶ୍ରେଣୀର ଜନଗଣ ଗଭୀର ସମସ୍ୟାରେ ପଡିଛନ୍ତି । ଦେଶର ଶ୍ରମଜୀବିଙ୍କ ଜୀବନ ଜୀବିକା ଠପ୍ ହୋଇଯାଇଛି । ସେମାନଙ୍କ ଦୁର୍ଦ୍ଦଶାକହିଲେ ନସରେ । ସାରା ଦେଶରେ କାର୍ଯ୍ୟରତ ଶ୍ରମଜୀବି ଶ୍ରେଣୀ ବିଶେଷକରି ପ୍ରବାସୀଶ୍ରମିକ, ଯେଉଁମାନେ ବିଭିନ୍ନ ରାଜ୍ୟରେ କାର୍ଯ୍ୟରତ ଥିଲେ, ସେମାନଙ୍କ ଅବସ୍ଥା ଅସମ୍ଭାଳ ହୋଇପଡିଛି । ଏହି ପ୍ରବାସୀ ଶ୍ରମିକଙ୍କ ଯୋଗୁଁ ପୁଞ୍ଜିପତି, ଶିଳ୍ପପତି ଓ ଠିକାଦାରମାନେ ପ୍ରଚୁର ଲାଭଉଠାଉଥିଲାବେଳେ ସେମାନଙ୍କୁ ଅତ୍ୟନ୍ତ କମ୍ମଜୁରୀ ଦେଉଥିଲେ । ଏହି ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଦେଶରେ ପଣ୍ଡିତ ଜବାହାରଲାଲ ନେହେରୁ କିଛିଟାସୁବିଧା ପାଇଁ ଆଇନ୍ ପ୍ରଣୟନ କରିଥିଲେ । ସେଇସବୁ ଆଇନକୁ ବଦଳାଇଦେଇ ବର୍ତମାନର କେନ୍ଦ୍ରସରକାର ନୀତିଆୟୋଗ ପ୍ରତିଷ୍ଠାକରି ବିକାଶ ପାଇଁ ବିଭିନ୍ନ ଯୋଜନାକଲେ । ସେଯୋଜନାର ସୁଫଳ ଏବେବି ଅପହଂଚ ।
ବିଶ୍ୱବ୍ୟାଙ୍କ ଆନୁମାନିକଭାବେ ଦେଶରେ ୪ କୋଟି ପ୍ରବାସୀଶ୍ରମିକ ଅଛନ୍ତି ବୋଲି କହିଲେ । ଅନ୍ୟମାନେ କହିଲେ ୧୦ କୋଟି । ଏବେବି ଭିନ୍ନରାଜ୍ୟରେ୧୩ କୋଟି ପ୍ରବାସୀଶ୍ରମିକ ଅଛନ୍ତି । ବାସ୍ତବରେ କେତେକୋଟି ପ୍ରବାସୀଶ୍ରମିକ ଅଛନ୍ତି ଏ ପର୍ଯ୍ୟନ୍ତ କାହାକୁ ଜଣାନାହିଁ । ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକମାନେ ସେମାନଙ୍କର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଟ୍ରେଡ୍ୟୁନିୟନ ଗଢି ତୋଳିଲେ । ଏପରିକି ମାଲିକ ଶ୍ରେଣୀ ସେମାନଙ୍କ ଟ୍ରେଡ୍ୟୁନିୟନର ଅଧିକାରକୁ ମାନିଲେ ନାହିଁ । ଯାହାଫଳରେ ମାଲିକ ମାନଙ୍କର ଅନେକ ସୁବିଧା ହେଲା । ବିଭିନ୍ନ ରାଜ୍ୟରେ ରାଜ୍ୟସର କାରମାନେ ବେକାରୀ ସମସ୍ୟା ସମାଧାନ କରିବା ବଦଳରେ ପ୍ରବାସୀ ଶ୍ରମିକଙ୍କ ଯୋଗୁଁ ନିଯୁକ୍ତି ସୃଷ୍ଟି ହେଇପାରୁନି ବୋଲି ବାହାନାକଲେ । ସେମାନଙ୍କ ଟ୍ରେଡ୍ୟୁନିୟନକୁ ଭାଙ୍ଗିବାରେ ସମସ୍ତ ପ୍ରକାର ଉଦ୍ୟମକଲେ । ପ୍ରବାସୀ ଶ୍ରମିକମାନେ ସେମାନଙ୍କ ଚାକିରୀ ଓ ଅନ୍ୟାନ୍ୟ ସୁବିଧା ବାବଦରେ କେହି ପାଟି ଫିଟାଇବାକୁ ରହିଲେ ନାହିଁ । ଏପରିକି ଦୁର୍ଘଟଣାରେ ସେମାନଙ୍କ ମୃତ୍ୟୁ ହୋଇଗଲେ ମଧ୍ୟ ସେମାନଙ୍କର ଉଚିତ୍ ପ୍ରାପ୍ୟ ମିଳିଲା ନାହିଁ । ପ୍ରବାସୀ ଶ୍ରମିକମାନେ ବିଶେଷକରି ନିର୍ମାଣ କାମରେ ବେଶି ନିଯୁକ୍ତି ହୋଇଥାନ୍ତି । ଦୁର୍ଘଟଣାରେ ସେମାନଙ୍କ ମୃତ୍ୟୁ ହେଲେ ଦଲାଲମାନେ ସ୍ଥାନୀୟ ନେତା, ରାଜନୈତିକ ଦଳ, ଠିକାଦାରଙ୍କ ମଧ୍ୟସ୍ତି ସାଜି ଲାଭ ଉଠାଇଲେ ।
ରାଜ ନୈତିକ ଭାବେ ଏହି ପ୍ରବାସୀ ଶ୍ରମିକଙ୍କ ଅଧିକାର କେହିଶୁଣିଲେ ନାହିଁ । ରାଜ ନୈତିକ ନେତାମାନେ କେବଳ ସେମାନଙ୍କର ନିର୍ବାଚନ ପରିପ୍ରେକ୍ଷୀରେ ପ୍ରବାସୀ ଶ୍ରମିକମାନଙ୍କୁ ମନେପକାନ୍ତି । ଠିକାଦାର ଓ ମାଲିକମାନେ ପ୍ରବାସୀ ଶ୍ରମିକଙ୍କ ହାଡଭଙ୍ଗା କଠିନ ପରିଶ୍ରମରୁ ଅତ୍ୟଧିକ ଲାଭ ଉଠାନ୍ତି । କେନ୍ଦ୍ର ସରକାରଙ୍କ ଲକ୍ଡାଉନ୍ ପରିପ୍ରେକ୍ଷୀରେ ଠିକାଦାର ମାନେ କେଉଁ ଆଡେ ଲୁଚିଗଲେ । ରାଜ୍ୟସରକାର ମଧ୍ୟ ସେମାନଙ୍କୁ ମାଗଣାଖାଦ୍ୟ ଓ ଅର୍ଥ ଠିକ୍ଭାବେ ଦେଇପାରିଲେ ନାହିଁ । ସେମାନଙ୍କ ଅସୁବିଧା ସମୟରେ ରାଜ୍ୟସରକାର ମାନେ ସେମାନଙ୍କ ଭାଷା ମଧ୍ୟ ବୁଝିପାରିଲେ ନାହିଁ । ଯାହାଫଳରେ ପାଖାପାଖି ୯୫ ପ୍ରତିଶତ ପ୍ରବାସୀ ଶ୍ରମିକ ସେମାନଙ୍କର ମାଗଣା ଚାଉଳ, ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା, ଯାହାସରକାରଘୋଷଣାକରୁଥିଲେତାହା ପାଇଲେ ନାହିଁ ।
ଯେତେବେଳେ କେନ୍ଦ୍ରସରକାର ମାତ୍ର ୪ ଘଂଟା ନୋଟିସ୍ରେ ଲକ୍ଡାଉନ୍ ଘୋଷଣାକଲେ, ସେତେବେଳେ ସେମାନଙ୍କୁ କାମ ହରାଇବାକୁ ପଡିଲା । ସେମାନଙ୍କର ଅଳ୍ପ ସଂଚିତ ଯାହା ଥିଲା ତାକୁ ଖର୍ଚ୍ଚକରିବା ଆରମ୍ଭ କଲେ ଏବଂ ବହୁ ଅର୍ଥ ବ୍ୟୟ କରିଘର ମୁହାଁ ହେଲେ । ଯାହା ଫଳରେ ଭାରତ ବର୍ଷର ସମସ୍ତ ରାଜ୍ୟରେ ଅଭାବି ପ୍ରବାସୀମାନେ ଛୁଆପିଲାଙ୍କୁ ଧରି ଜାତୀୟ ରାଜପଥରେ, ଟ୍ରେନ୍ଲାଇନ୍ କଡେ କଡେ ଚାଲିବାକୁ ଆରମ୍ଭ କଲେ । ସେମାନେ ଦଶ କି ଶହେ କିଲୋମିଟର ନୁହେଁ ହଜାର ହଜାର କିଲୋମିଟର ଚାଲିଲେ । ଏପରିକି ଏହି ଯାତ୍ରାକାଳରେ ଅଧିକାଂଶଙ୍କର ଜୀବନ ଚାଲିଗଲା, ଭୋକରେ ଅଧିକାଂଶ ଟଳିପଡିଲେ, ଦୁର୍ଘଟଣାରେ ବହୁଲୋକ ମଲେ । ନବଜାତ ଶିଶୁଜନ୍ମକରିମା’ ଛାଡି ପଳାଇଗଲା । ଏ ସବୁଘଟଣା ରାତିଦିନ ଘଟିବାରେ ଲାଗିଛି ।
ପାଖା ପାଖି ଦେଢମାସ ପରେ କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକ ମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁଟ୍ରେନ୍ ଓ ବସ୍ର ବନ୍ଦୋବସ୍ତ କଲେ । ପ୍ରବାସୀ ଶ୍ରମିକ ମାନେ ଚଢା ଦାମ୍ରେ ଟିକେଟ୍ କିଣିଘରକୁ ଆସିବା ପାଇଁ ବ୍ୟଗ୍ର ହେଲେ । ସରକାର ଜାଣନ୍ତି ଏହି ଶ୍ରମିକ ମାନଙ୍କ ପାଖରେ ଟଙ୍କା ନାହିଁ, ଏପରିକି ଗୋଟିଏ ମିଲ୍ ଖାଇବା ପାଇଁ ମଧ୍ୟ ସମ୍ବଳ ନାହିଁ । ଯେଉଁମାନେ ଟ୍ରେନ୍ କିମ୍ବା ବସ୍ରେ ଚଢା ଦାମ୍ ଦେଇ ଟିକେଟ୍ କିଣିଲେ, ସେମାନେ ଟିକେ ଅନ୍ୟମାନଙ୍କ ଅପେକ୍ଷା କିଛି ଟଙ୍କା ରଖିଥିଲେ । ଅନ୍ୟପକ୍ଷରେ ଠିକାଦାର ଏବଂ ବ୍ୟବସାୟୀ ମାଲିକ ମାନେ ଯେଉଁମାନେ ଲକ୍ଷ ଲକ୍ଷ ଟଙ୍କା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ରୋଜଗାର କରୁଥିଲେ ସେମାନେ ଦେଖା ଦେଲେ ନାହିଁ । ସ୍ଥାନୀୟ ଶିଳ୍ପ ପତି ମାନେ ଶ୍ରମିକ ମାନଙ୍କ କଥା ବୁଝିଲେ ନାହିଁ । ସରକାର ମାଲିକମାନଙ୍କ କଥାରେ ଶ୍ରମିକମାନଙ୍କୁ ରାଜ୍ୟ ଛାଡି ନଯିବା ପାଇଁ ମଧ୍ୟ ପ୍ରବର୍ତାଇଲେ । ପ୍ରବାସୀ ଶ୍ରମିକମାନେ ଏକ ପ୍ରକାର କ୍ରୀତଦାସ ଭଳିଖଟୁଥିଲେ । ସେମାନଙ୍କ ପାଇଁକୌଣସି ଆଇନ୍ କାନୁନ୍ ପର୍ଯ୍ୟାପ୍ତ ନଥିଲା ।
ଅପର ପକ୍ଷରେ ଦେଢମାସ ପରେ ସରକାର ଘର ବାହୁଡା ପାଇଁ ଆଦେଶ ଦେଲେ । ଯେଉଁ ସମୟରେ କି ପ୍ରବାସୀ ଶ୍ରମିକମାନଙ୍କ ପକ୍ଷରେ ଘରକୁ ଆସିବା କଷ୍ଟ କର ହୋଇପଡିଲା । ବର୍ତମାନ ଲକ୍ଡାଉନ୍ସମୟରେମଧ୍ୟବିତ, ଉଚ୍ଚମଧ୍ୟବିତ ୨୦ ପ୍ରତିଶତସୁବିଧା ପାଉଛନ୍ତି । ସେମାନେ ତାଙ୍କର ସଂଚିତ ଧନକୁ ବସିଖାଉଛନ୍ତି । କିନ୍ତୁ ଶ୍ରମିକ ମାନଙ୍କ ହାତରେ ଆଉ ଅର୍ଥ ନାହିଁ । ସେମାନଙ୍କ ଅବସ୍ଥା କହିଲେ ନସରେ । ସେମାନଙ୍କର ନିଜ ସଂଗଠନ ନଥିବାରୁ ସେମାନଙ୍କ ତିଷ୍ଠିବା କଷ୍ଟକର ହୋଇପଡିଛି । ଯଦି ସେମାନଙ୍କର ୟୁନିୟନ ଥାଆନ୍ତା, ତାଙ୍କର ନ୍ୟାର୍ଯ୍ୟ ଅଧିକାର ପାଆନ୍ତେ ଏବଂ ମାନବିକ ଦୃଷ୍ଟି କୋଣରୁ ସେମାନେ ତାଙ୍କ ଅଧିକାରକୁ ସାବ୍ୟସ୍ତ ରନ୍ତେ । ସଚେତନ ଶ୍ରମିକମାନେ ସେମାନଙ୍କ ଟ୍ରେଡ୍ୟୁନିୟନ୍ର ଅଧିକାରକୁ ସାବ୍ୟସ୍ତ କରିବା ପାଇଁସଂଗଠିତ ହୋଇ ପାରନ୍ତେ ।
ପ୍ରବାସୀ ଶ୍ରମିକମାନଙ୍କୁ ସଂଘଟିତ କରୁଥିବା ଟ୍ରେଡ୍ୟୁନିୟନ ଗୁଡିକ ଦୁର୍ବଳ ଥିବାରୁ ଗଣତାନ୍ତ୍ରୀକ ଅଧିକାର, ଅର୍ଥନୈତିକ ଅଧିକାର ହାସଲ କରିବାରେ ବିଳମ୍ବିତ ହେଉଛି । ଦୁଷିତ ପରିବେଶରେ ରୋଗାକ୍ରାନ୍ତ ଜୀବନନେଇ ପଡିରହିଛନ୍ତି ଦେଶର ଲକ୍ଷଲକ୍ଷ ପ୍ରବାସୀ ଶ୍ରମିକ । ଲୁହ ଲହୁର ବହ୍ନିରେ ସେମାନଙ୍କ ଦେହ, ମନ ଜଳିଯାଉଛି । ଯେଉଁ ମାନଙ୍କ ଲୁହ ଲହୁରେ ଦେଶ ବିଦେଶ ରାଜ୍ୟର ଅର୍ଥନୀତିସମୃଦ୍ଧ ହୁଏ, ଶିଳ୍ପପତୀମାନଙ୍କର ହିମାଳୟ ପର୍ବତ ସଦୃଶ ସମ୍ପତି ବୃଦ୍ଧିହୁଏ, ସେଇ ଶ୍ରମଜୀବିଙ୍କ ବେଦନାକ୍ତଛବି ଦେଖୁଛିକିଏ, ନା ତାଙ୍କ ଦୁଃଖ ବୁଝୁଛି କିଏ? ଆଜିର ନେତାମାନଙ୍କୁ ଆତ୍ମସ୍ୱାର୍ଥ ବନ୍ଦୀ କରି ରଖିଛି । ସେମାନେ ଶ୍ରମଜୀବିର ସ୍ୱାର୍ଥ ଦେଖିବେ କିପରି? ପୁଞ୍ଜି ବିରୁଦ୍ଧରେ ଲଢେଇ କରି ଶ୍ରମିକ ଶ୍ରେଣୀ ଛିନ୍ ଛତ୍ର ହୋଇ ପଡିଛି । ଏହି ବିଶ୍ୱର ବିନ୍ଧାଣୀ ଶ୍ରମିକ ଶ୍ରେଣୀ କେବେତା’ର ହକ୍, ପ୍ରାପ୍ୟ, ଅଧିକାର ପାଇବେ? ଯେଉଁ ଶ୍ରମିକମାନେ ଭାବୁଛନ୍ତି – ନେତାମାନେ ସବୁ ଠିକ୍ ଠାକ୍ କରିଦେବେ, ସେମାନେ ପ୍ରକୃତରେଠକି ଯାଉଛନ୍ତି । ଆଉ ପୂର୍ବର ସେ ସମୟର ସଚ୍ଚାନେତା ନାହାଁନ୍ତି, ଯେଉଁମାନେ ଶୟନେ, ସପନେ, ଜାଗରଣେ ଶ୍ରମିକ ଶ୍ରେଣୀର ମୁକ୍ତି ଚାହୁଁଥିଲେ, ଲଢୁଥିଲେ ମଧ୍ୟ ।
ଏବେ କେବଳ ଓଡିଶାକି ଭାରତ ନୁହେଁ, ସମଗ୍ର ବିଶ୍ୱରେ ଅଦୃଶ୍ୟ କରୋନା ଭୂତାଣୁ ମହାମାରୀର କରାଳ ନାଗଫାଶ ବନ୍ଧନରେ ସମସ୍ତେ ଗୃହବନ୍ଦୀ । ଯେଉଁ ପ୍ରବାସୀମାନେ ବିଭିନ୍ନ ଦେଶ ଓ ରାଜ୍ୟରେ ଜୀବନ ବଂଚାଇବାପାଇଁ ଜୀବିକା ଅନ୍ୱେଷଣରେ ବର୍ଷ ବର୍ଷ ଧରି ପଡିରହିଥିଲେ, ଏ ମହାବିପଦ ବେଳେ ସମସ୍ତେ ପ୍ରାୟ ଘର ମୁହାଁ । ଆମ ଦେଶ କିବିଶ୍ୱରେ କେଉଁଠି କେତେ ପ୍ରବାସୀ ଶ୍ରମଜୀବି ଅଛନ୍ତି, ତାହାର ସଠିକ୍କ ଳନା ଏପର୍ଯ୍ୟନ୍ତ ହୋଇପାରିନି । ଏବେ ଧିରେ ଧିରେ ସେମାନଙ୍କ ସଂଖ୍ୟା ଜଣାପଡୁଛି । ସେମାନେ ନିଜ ଘରକୁ ଫେରିଆସିଲେ ସେମାନଙ୍କ ଜୀବନ ଜୀବିକା ଭୟଙ୍କର ସଂକଟ ଦେଖାଦେବ । କେବଳ ଅର୍ଥନୈତିକସଂକଟ ଦେଖାଦେବନି, ଭୋକ ଓ ରୋଗ ସେମାନଙ୍କୁ କହଲବିକଲ କରିବ । ମହରଗରୁ ଆସି ପ୍ରବାସୀ ଶ୍ରମଜୀବିମାନେ କାନ୍ତାରରେ ପଡିଯିବେ । ସେମାନଙ୍କୁ ବଂଚାଇ ରଖିବା ଦାୟିତ୍ୱ ଆମ ସମସ୍ତଙ୍କର ।
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩