ଏହି ଉପାୟ ଦ୍ୱାରା ମାତ୍ର ଗୋଟିଏ ସପ୍ତାହରେ କମାଇପାରିବେ ପେଟ
ମୋଟାପଣ ବରଂ ସହ୍ୟ କରି ହୁଏ ମାତ୍ର ପେଟ ବଢ଼ିବା ସମସ୍ୟା କାହାକୁ ବା ବିରକ୍ତ ନ ଲାଗେ । ସମସ୍ତେ ଚାହାନ୍ତି ପତଳା ପେଟ । ମାତ୍ର ଆଜିକାଲି ଅସୁସ୍ଥକୀ ଖାଦ୍ୟ ହେତୁ ପେଯ ବଢ଼ିବା ତ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି । ଚାଲନ୍ତୁ ଜାଣିବା କ’ଣ କରିବା ଦ୍ୱାରା ଆମେ ଆମ ପେଟକୁ ନିୟନ୍ତ୍ରଣରେ ରଖିପାରିବା । ପେଟ ବଢ଼ିବା ସମସ୍ୟା ଚୁଟିକିରେ ଦୂରେଇ ଯିବ । ତାହା ପୁଣି ସ୍ୱଳ୍ପ ସମୟରେ । ଏମିତି ଅନେକ ଉତ୍ସବ ଆସେ ଯାହାକୁ ଆଖିରେ ରଖି ବ୍ୟକ୍ତି ନିଜକୁ ସଜେଇବାରେ ଲାଗି ପଡନ୍ତି । ଆପଣ ବି ହୁଏତ ସେମିତି ପରିସ୍ଥିତିରେ ପଡିପାରନ୍ତି । ଆଜି ଆମେ ଆପଣଙ୍କୁ ଜଣାଇବେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପେଟ କମ୍ କରିବାର ତରିକା । ଦୈନିକ ଦୌଡ଼ିବା ଡିଅନ୍ତୁ । ଦଉଡି ଡେଇଁବା ଦ୍ୱାରା ପ୍ରତି ଥରରେ ୫୦୦ ରୁ ୬୦୦ କ୍ୟାଲୋରୀ ହ୍ରାସ ପାଇଥାଏ । ଖାଦ୍ୟ ପ୍ରତି ସଚେତନ ରୁହନ୍ତୁ । ତୁରନ୍ତ ପେଟ କମାଇବାକୁ ଚାହୁଁଥିଲେ ଖାଦ୍ୟରେ ଫଳ ପରିବାର ପରିମାଣ ବେଶି ରଖନ୍ତୁ । ପାଣି ପ୍ରଚୁର ପିଅନ୍ତୁ । ମାତ୍ର ଖାଇ ସାରିବା ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ କି ଖାଇବା ଟିକେ ପୂର୍ବରୁ ବି ପିଅନ୍ତୁ ନାହିଁ । ଲୁଣ କମ କରନ୍ତୁ । ଖାଦ୍ୟରେ ଲୁଣ ଭାଗ କମ କରିବା ଦ୍ୱାରା ପେଟକୁ ନିୟନ୍ତ୍ରଣରେ ରଖାଯାଇପାରେ । ଚିନ୍ତା ମୁକ୍ତ ରୁହନ୍ତୁ । ଚିନ୍ତାରେ ରହିଲେ ଉଭୟ ମୋଟାପଣ ଓ ପେଟ ବୃଦ୍ଧି ପାଇଥାଏ । ନିଜକୁ ଯେତେ ଚିନ୍ତା ମୁକ୍ତକରିବେ ସେତେ ଶୀଘ୍ର ପତଳା ପେଟ ପାଇବାରେ ସମର୍ଥ ହେବେ ।


