ହୋମଗାର୍ଡ଼ଠାରୁ ଏସପି ସମସ୍ତେ ଗାଇଲେ ଗୀତ

ଛତ୍ରପୁର (ଓ୍ବାଇଏନ୍ଏସ୍) : ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ କୋଭିଡ଼ ଯୋଦ୍ଧା ଙ୍କୁ ସମ୍ମାନ ଜଣାଇବା ସହ ଉତ୍ସ।ହିତ କରିବା ନିମନ୍ତେ ଗଞ୍ଜାମ ପୁଲିସ ଜିଲ୍ଲା ପକ୍ଷରୁ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଙ୍କ ନେତୃତ୍ୱ ରେ ଛତ୍ରପୁର ପୁଲିସ ପଡିଆ ଠାରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ନିମନ୍ତେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସେଠାରେ ପୁଲିସ ଅଧିକାରୀ, କର୍ମଚାରୀ ଏବଂ ଛତ୍ରପୁର ଜନସାଧାରଣ ଉପସ୍ଥିତ ରହି ସଙ୍ଗୀତ ଗାନ କରିଥିଲେ । ଏହା ସହ ଛତ୍ରପୁର ଥାନା ପୁଲିସ ପକ୍ଷରୁ ଛତ୍ରପୁର ରିକାପଲ୍ଲୀ ଛକ ଠାରୁ ଅପରବସଷ୍ଟାଣ୍ଡ ପର୍ଯ୍ୟନ୍ତ ଦୁଇ ପାର୍ଶ୍ୱ ରେ ସାମାଜିକ ଦୂରତା ରହି ଦୁଇ କିଲୋମିଟର ପର୍ଯ୍ୟନ୍ତ ଛତ୍ରପୁର ଏସଡିପିଓ ଗୌତମ କିଷାନ ଓ ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟଙ୍କ ସହଯୋଗ ରେ ଛତ୍ରପୁର ବ୍ଲକ, ଏନଏସି, ତହସିଲ, ପୁଲିସ କର୍ମଚାରୀ, ଏସଏଚ ଜି ଗ୍ରୁପ, ଓଡିଶା ଜୀବିକା ମିଶନ, ବିଜୁ ଯୁବ ବାହିନୀ, ସ୍ୱୟଂ ସିଦ୍ଧା, ସମସ୍ତ ବ୍ୟବସାୟୀ ସଂଘ, ଜନସାଧାରଣ ଉପସ୍ଥିତ ରହି ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରି କୋଭିଡ଼ ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇଥିଲେ । ଏହା ଛତ୍ରପୁର ନିକଟ ତାମ୍ପରା ହ୍ରଦ ପରିସରେ ମଧ୍ୟ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ରହି ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ । ସେହିପରି ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପକ୍ଷରୁ ଗୋପାଳପୁର ବନ୍ଦର ପରିସରରେ ଲଂଚ ଉପରେ ଥାନାଧିକାରୀ ଶର୍ମିଷ୍ଠା ପ୍ରଧାନଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସେହିପରି ପୁରୁଷୋତମପୁର ଥାନା ପୁଲିସ ପକ୍ଷରୁ ଜଉଗଡ଼ଠାରେ ପୁଲିସ କର୍ମଚାରୀମାନେ ଉପସ୍ଥିତ ରହି କୋଭିଡ଼ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ନିମନ୍ତେ ସଙ୍ଗୀତ ଗାନ କରିଥିଲେ । ରମ୍ଭା ପୁଲିସ ପକ୍ଷରୁ ପାନ୍ଥ ନିବାସ ପରିସରରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ନିମନ୍ତେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହିଞ୍ଜିଳି ଥାନା ପକ୍ଷରୁ ମାର୍କେଟଠାରେ ଶହ ଶହ ଜନସାଧାରଣ, ପୁଲିସ, ବ୍ୟବସାୟୀ ସଂଘ, ସରକାରୀ କର୍ମଚାରୀ, ଶିକ୍ଷକଙ୍କଠାରୁ ଆରମ୍ଭ କରି ସମସ୍ତେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ । ଏହାସହିତ ଗଞ୍ଜାମ ଜିଲ୍ଲାର ସମସ୍ତ ପୁଲିସ ଥାନା ପକ୍ଷରୁ ଥାନାଧିକାରୀମାନେ ନିଜ ଅଂଚଳରେ ଲୋକମାନଙ୍କ ସହିତ କୋଭିଡ଼ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ସହିତ ଉତ୍ସାହିତ କରିବା ନିମନ୍ତେ ସାମାଜିକ ଦୂରତା ରଖି ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସୋରଡ଼ା, ଗାଙ୍ଗପୁରଠାରୁ ଆରମ୍ଭ କରି ବହୁ ସ୍ଥାନରେ ସନ୍ଧ୍ୟାରେ ଆଲୋକ ସଜ୍ଜା କରାଯାଇଥିବା ଗଞ୍ଜାମ ଏସପିଙ୍କ ଟୁଇଟ୍ ରୁ ସୂଚନା ମିଳିଛି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ