ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ କୁମାର ମିଶ୍ରଙ୍କ ପୂଣ୍ୟତିଥି ପାଳିତ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ସମାଜସେବୀ କୁମାର ଚରଣ ମିଶ୍ରଙ୍କ ପ୍ରଥମ ପୂଣ୍ୟତିଥି ତାଙ୍କ ବାସଭବନରେ ନିରାଡମ୍ବର ଭାବେ ସାମାଜିକ ଦ୍ୱରତା ରକ୍ଷା କରାଯାଇ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସଂସଦ ସଭାପତି ଡଃ.ବାସୁଦେବ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଉପସଭାପତି ପ୍ରଦୀପ କୁମାର ଦାଶ, ସମ୍ପାଦକ ଶୁଭାଂଶୁ କୁମାର ଦାସ, ରାମକୃଷ୍ଣ ଦାଶ, ପ୍ରେମଲତା ଗିରି, ସହସମ୍ପାଦକ କାର୍ତ୍ତିକ ଚରଣ ନାୟକ, ନୃସିଂହ ଚରଣ ତ୍ରିପାଠୀ, ପ୍ରଫେସର ନନ୍ଦ କିଶୋର ପରିଡା, ମନୋଜ କୁମାର ଦାସ, ପୁଅ ବିଜୟ ମିଶ୍ରଙ୍କ ସମେତ ପରିବାର ବର୍ଗ ଯୋଗଦେଇ ସୂର୍ଗତ ମିଶ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଯୁବ ସମାଜସେବୀ ମହେନ୍ଦ୍ର ମିଶ୍ର ଓ ରାମଚନ୍ଦ୍ର ମିଶ୍ର ପ୍ରମୁଖ ଏହି ଶ୍ରଦ୍ଧାଞ୍ଜଳି ସଭାକୁ ପରିଚାଳନା କରିଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ